ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ଗୋବିନ୍ଦା ଏବେ ସୁନେଲୀ ପରଦାରେ ଅଧିକ ଆକଫିଭ ନାହାନ୍ତି, କିନ୍ତୁ ସୋସିଆଲ ମିଡିଆ ଜରିଆରେ ନିଜ ପ୍ରଶଂସକଙ୍କ ସହ ଯୋଡ଼ି ହୋଇରହୁଛନ୍ତି । ନିକଟରେ ଅଭିନେତା ଗୋବିନ୍ଦା ନିଜର ଏକ ଲାଟେଷ୍ଟ୍ ଭିଡିଓ ଇଣ୍ଟରନେଟ୍ରେ ସେୟାର କରିଛନ୍ତି, ଯାହାକୁ ଦେଖି ପ୍ରଶଂସକମାନେ ଝୁମି ଉଠିଛନ୍ତି । ଏହି ଭିଡିଓରେ ଗୋବିନ୍ଦା ପୁରୁଣା ଅବତାରରେ ନଜର ଆସିଛନ୍ତି । ଅର୍ଥାତ୍ ତାଙ୍କର ୯୦ ଦଶକର ୟୁନିକ୍ ଡାନ୍ସ ଷ୍ଟେପ୍ କରୁଥିବା ଦେଖିବାକୁ ମିଳିଛି ।
ଏହାସହ ପ୍ରଶଂସକଙ୍କୁ ଏହି ଭିଡିଓ ମାଧ୍ୟମରେ ଜଣାଇଛନ୍ତି ଯେ ସେ ଏକ ନୂଆ ଗୀତକୁ ନେଇ ଆସୁଛନ୍ତି । ଏହି ମୁ୍ୟଜିକ ଭିଡିଓର ନାଁ ‘ଚଷ୍ମା ଚଢା କେ’ ରହିଛି । ଅଭିନେତା ଗୋବିନ୍ଦା ନିଜ ଇନଷ୍ଟାଗ୍ରାମରେ ୟୁଜରଙ୍କୁ ଏସମ୍ପର୍କରେ ସୂଚନା ଦେଇ ଏହାର ଏକ ୩୦ ସେକେଣ୍ଡର ଦମଦାର ଟ୍ରେଲର ଭିଡିଓ ପୋଷ୍ଟ କରିଛନ୍ତି । ଏଥିରେ ରହିଛି ଗୋବିନ୍ଦାଙ୍କ ସ୍ୱାଗ୍ । ହେଲେ ସୋସିଆଲ ମିଡିଆ ୟୁଜରଙ୍କ ଧ୍ୟାନ ଗୋବିନ୍ଦାଙ୍କ ଆଡ଼କୁ ଯିବା ପରିବର୍ତ୍ତେ ତାଙ୍କ ସହ ଥିବା ହିରୋଇନ ଅଧିକ ଆକର୍ଷିତ କରିଛି । କାରଣ ନାୟିକାଙ୍କ ବୟସ ଗୋବିନ୍ଦାଙ୍କ ବୟସର ଅଧାରୁ କମ୍ ହେବ ବୋଲି ଅନୁମାନ କରାଯାଉଛି । ଏଥିପାଇଁ ଭିଡିଓଟି ଭାଇରାଲ ହେବାରେ ଲାଗିଛି । କେତେକ ୟୁଜର ପ୍ରଶଂସା କରୁଥିବା ବେଳେ ଗୋବିନ୍ଦାଙ୍କୁ ଟ୍ରୋଲ ମଧ୍ୟ କରୁଛନ୍ତି ।
ଭିଡିଓରେ ଗୋବିନ୍ଦାଙ୍କ ସହ ନଜର ଆସୁଥିବା ଅଭିନେତ୍ରୀଙ୍କ ନାମ ଶନାୟା କୌର । ଇଣ୍ଟରନେଟ୍ରେ ଉପଲବ୍ଧ ସୂଚନା ଅନୁଯାୟୀ ଶନାୟାଙ୍କ ବୟସ ମାତ୍ର ୨୪ ବର୍ଷ ହୋଇଥିବା ବେଳେ ଗୋବିନ୍ଦାଙ୍କ ବୟସ ଏବେ ୫୭ ବର୍ଷ । ହେଲେ ଭିଡିଓରେ ଉଭୟଙ୍କ ଯୋଡ଼ି ବହୁତ କୁଲ୍ ଲାଗୁଛି । ପରସ୍ପରକୁ ଫ୍ଲର୍ଟ କରିବା ଏବଂ ରୋମାନ୍ସ କରିବାର ଅନ୍ଦାଜ ପ୍ରଶଂସକଙ୍କୁ ଖୁବ ପସନ୍ଦ ଆସିଛି । ତେବେ ଏହି ଗୀତ ଡିସେମ୍ବର ୬ରେ ମୁକ୍ତିଲାଭ କରିବ । ଶେଷ ଥର ପାଇଁ ଗୋବିନ୍ଦା ରଙ୍ଗୀଲା ରାଜାରେ ନଜର ଆସିଥିଲେ । ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରିପାରିନଥିଲା । ଗୋବିନ୍ଦା ତାଙ୍କର କମିକ୍ ରୋଲ ପାଇଁ ହିନ୍ଦୀ ସିନେମାରେ ପରିଚିତ । ତାଙ୍କର ସୁପରହିଟ୍ ଫିଲ୍ମ ମଧ୍ୟରେ ରାଜା ବାବୁ, କୁଲି ନମ୍ବର ୱାନ୍, ହୀରୋ ନମ୍ବର ୱାନ୍ ଏବଂ ହସୀନା ମାନ ଜାଏଗୀ ସାମିଲ ରହିଛି ।
![Har Ghar Tiranga](https://samayalive.in/wp-content/uploads/2025/01/Odia.jpeg)