ଆଜି ବସିବ ଛତିଶା ନିଯୋଗ ବୈଠକ,ରଥ ଯାତ୍ରା ନୀତିନିର୍ଘଣ୍ଟ ନେଇ ହେବ ଆଲୋଚନା

0

ପୁରୀ : ପାଖେଇ ଆସୁଛି ଘୋଷଯାତ୍ରା । ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ପାଇଁ ଆଜି ବସିବ ଛତିଶା ନିଯୋଗ ବୈଠକ । କୌଣସି ନୀତିରେ ଯେପରି ବିଳମ୍ବ ନ ହେବ ସେଥିପ୍ରତି ଅଧିକ ଗୁରୁତ୍ୱ ଦିଆଯିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରି ଭକ୍ତ ନିବାସରେ ଏହି ବୈଠକ ବସିବ। ରାଜେନ୍ଦ୍ରଭିଷେକ ଠାରୁ ଆରମ୍ଭ କରି ନୀଳିଦ୍ରି ବିଜେ ପର୍ଯ୍ୟନ୍ତ ନୀତିକାନ୍ତିର ନୀତି ନିର୍ଘଣ୍ଟ କରାଯିବ ।

ଆଜି ସଂଧ୍ୟ୍ୟା ୫ଟାରେ ନୀଳାଦ୍ରି ଭକ୍ତ ନିବାସରେ ଛତିଶା ନିଯୋଗ ଏହି ବୈଠକ ଅନୁଷ୍ଠିତ ହେବ । ସ୍ନାନ ପୂର୍ଣ୍ଣିମାରେ ଜଳ ଲାଗି, ହାତୀ ବେଶକୁ କିପରି ଶୃଙ୍ଖଳିତ କରାଯିବ ସେ ନେଇ ନିଆଯିବ ନିଷ୍ପତ୍ତି । ସେହିପରି ଅନବସର ନୀତି, ଶ୍ରୀଗୁଣ୍ତିଚା ଯାତ୍ରା ସହିତ ସୁନାବେଶ, ନୀଳାଦ୍ରି ବିଜେକୁ ନେଇ ମଧ୍ୟ ଆଲୋଚନା ହେବ। ରଥଯାତ୍ରା ସମୟରେ ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ରହିଛି ବୈଠକରେ ଫୋକସ୍ ରେ। ଏହି ବୈଠକରେ ଛତିଶାନିଯୋଗ ମହାନାୟକ, ଜିଲ୍ଲାପାଳ, ଏସପିଙ୍କ ସମେତ ସମସ୍ତ ପ୍ରାଶାସନିକ ଅଧିକାରୀ ଉପସ୍ଥିତ ରହିବେ।

ସୂଚନାନୁସାରେ,ଆସନ୍ତା ଜୁନ୍‌ ୧୧ ତାରିଖରେ ପବିତ୍ର ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେବ । ଏହାପରେ ୧୨ ତାରିଖରେ ଅଲାରନାଥ ଦର୍ଶନ ଅନୁଷ୍ଠିତ ହେବ । ପରେ ପର୍ଯ୍ୟାୟକ୍ରମେ ବିଭିନ୍ନ ନୀତିକାନ୍ତି କରାଯିବା ପରେ ଜୁନ୍‌ ୨୭ରେ ଅନୁଷ୍ଠିତ ହେବ ଗୁଣ୍ଡିଚା ଯାତ୍ରା । ଜୁଲାଇ ୫ ତାରିଖରେ ବାହୁଡ଼ା ଯାତ୍ରା ଏବଂ ୮ ତାରିଖରେ ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ ନୀତି ଅନୁଷ୍ଠିତ ହେବ ।

Leave A Reply

Your email address will not be published.