ବିମାନବନ୍ଦର ଚଟାଣରେ ବସିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଲକ୍ଷ୍ମୌ: ଅକ୍‌ଟୋବର ୦୫: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରି ହିଂସାକୁ ନେଇ ରାଜନୀତିରେ ଝଡ଼ ଦେଖାଯାଇଛି । ଆଜି ଏହି ଘଟଣାକୁ କେନ୍ଦ୍ର କରି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଲକ୍ଷ୍ମୌର ବିମାନବନ୍ଦର ଚଟାଣରେ ବସିଛନ୍ତି । ସେଠାରେ ତାଙ୍କୁ ସୁରକ୍ଷାକର୍ମୀ ଉଠାଇବାକୁ ଚେଷ୍ଟା କରିଥିଲେ, ହେଲେ ମୁଖ୍ୟମନ୍ତ୍ରୀ ତାଙ୍କ ଜିଦ୍‌ରେ ଅଟଲ ରହିଥିଲେ । ଘଟଣା ଅନୁସାରେ, ଲକ୍ଷ୍ମୀପୁର ଖେରି ହିଂସାକାଣ୍ଡକୁ ନେଇ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ୟୁପିରେ ପହଞ୍ଚିଥିଲେ । ହେଲେ ତାଙ୍କୁ ୟୁପି ଯିବାକୁ ଅନୁମତି ଦେଇନଥିଲେ ବିମାନବନ୍ଦର ଅଧିକାର । ସେଥିପାଇଁ ବିମାନବନ୍ଦରରେ ହିଁ ଧାରଣାରେ ବସିଲେ ଭୂପେଶ ବଘେଲ । ଯାହାକୁ ନେଇ ସେ ଟୁଇଟ୍‌ ମଧ୍ୟ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ବିମାନବନ୍ଦର ଅଟକକୁ ନେଇ କହିଛନ୍ତି, ‘ମୁଁ କଂଗ୍ରେସ ମୁଖ୍ୟାଳୟକୁ ଯାଉଛି ମତେ କାହିଁକି ଅଟକା ଯାଉଛି । କଣ ସାରା ଉତ୍ତରପ୍ରଦେଶରେ ଧାରା ୧୪୪ ଲାଗିଛି କି ?’
ସୂଚନା ଥାଉଯେ, ଖେରି ହିଂସା ପରେ ୟୁପିରେ ରାଜନୈତିକ ବିବାଦ ବଢି ଚାଲିଛି । ଏହାରି ମଧ୍ୟରେ ଛତିଶଗଡ ମୁଖ୍ୟମନ୍ତ୍ରୀ ୟୁପି ଗସ୍ତରେ ବାହାରିଥିଲେ । ହେଲେ ଯୋଗୀ ସରକାରଙ୍କ ତରଫରୁ ତାଙ୍କୁ ଅନୁମତି ମିଳିନଥିଲା ।

Comments are closed.