ଶେଷ ପର୍ଯ୍ୟାୟରେ ବାରେୱଲରେ ଖସିପଡ଼ିଥିବା ରାହୁଲର ଉଦ୍ଧାର କାର୍ଯ୍ୟ

ଝାରସୁଗୁଡ଼ା: ଜୁନ୍‌ ୧୪: ଦୀର୍ଘ ୫ ଦିନ ପରେ ବାରେୱଲରେ ପଡ଼ିଯାଇଥିବା ବାଳକ ରାହୁଲର ଉଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଖୁବ୍‌ ଶିଘ୍ର ରାହୁଲଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଘରକୁ ପଠାଯିବ ବୋଲି ଛତିଶଗଡ଼ ଜିଲ୍ଲାପାଳ ଜିିତେନ୍ଦ୍ର ଶୁକ୍ଳା ସୂଚନା ଦେଇଛନ୍ତି ।

ଶେଷ ପର୍ଯ୍ୟାୟରେ ବାରେୱଲରେ ଖସିପଡ଼ିଥିବା ରାହୁଲର ଉଦ୍ଧାର କାର୍ଯ୍ୟ
ରାହୁଲ

୮୦ ଫୁଟ୍‌ ଗଭୀର ବାରେୱଲରେ ଖସି ପଡ଼ିଥିବା ୧୦ ବର୍ଷର ବାଳକ ରାହୁଲ ମୂକ ବଧିକ ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧ୍ୟ ଉପୁଜିଛି ବୋଲି ସୂଚନା ମିଳିଛି । ତେବେ ଦୀର୍ଘ ୯୦ ଘଣ୍ଟା ପରେ ମଧ୍ୟ ରାହୁଲ ସୁସ୍ଥ ଥିବା ସୂଚନା ମିଳିଛି । ଶେଷ ସମୟ ସୁଦ୍ଧା ରାହୁଲଙ୍କ ଅତି ନିକଟରେ ଉଦ୍ଧାରକାରୀ ଦଳ ପହଞ୍ଚି ସାରି ତା’ର ସ୍ୱର ଶୁଣିଥିବାରୁ ସୁରକ୍ଷିତ ଭାବେ ତାକୁ ଉଦ୍ଧାର କରିବା ପାଇଁ ପ୍ରଶାସନ ଉଦ୍ୟମ ଚଳାଇଛି । ରାହୁଲ ନିକଟରେ ଷ୍ଟ୍ରେଚର୍‌ ଓ ଡାକ୍ତରୀ ଟିମ୍‌ ପହଞ୍ଚି ପ୍ରସ୍ତୁତ ଅଛନ୍ତି ।

ଶେଷ ପର୍ଯ୍ୟାୟରେ ବାରେୱଲରେ ଖସିପଡ଼ିଥିବା ରାହୁଲର ଉଦ୍ଧାର କାର୍ଯ୍ୟ

ଛତିଶଗଡ଼ ରାଜ୍ୟର ଜାଞ୍ଜଗିର-ଚାମ୍ପାର ମାଲଖାଦାରୁଆ ଥାନା ଅଧୀନରେ ଥିବା ପିରହ ୍ରିଡ ଗାଁର ୧୦ବର୍ଷର ମୂକ-ବଧିର ବାଳକକୁ ଉଦ୍ଧାର ପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ନିର୍ଦ୍ଦେଶକ୍ରମେ ଅପରେସନ୍‌ ଆରମ୍ଭ କରାଯାଇଥିଲା । ଆଜି ଉଦ୍ଧାରକାର୍ଯ୍ୟ ଶେଷଆଡ଼କୁ ଉକ୍ତ ଅଞ୍ଚଳକୁ ଗ୍ରିନ କରିଡର କରାଯାଇଥିଲା । ରାହୁଲଙ୍କୁ ଉଦ୍ଧାର ପରେ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେବାପାଇଁ ସେଠାରେ ଉଚ୍ଚସ୍ତରୀୟ ମେଡିକାଲ ଟିମ୍‌ ରହିଥିବାବେଳେ ଯଥାଶୀଘ୍ର ଉପଯୁକ୍ତ ଚିକିତ୍ସା ଆବଶ୍ୟକ ଡାକ୍ତରୀ ଉପକରଣ ସାଙ୍ଗକୁ ରାହୁଲଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେବାକୁ ଅତ୍ୟାଧୁନିକ ଆମ୍ବଲାନ୍ସ ପ୍ରସ୍ତୁତ ରହିଥିଲା । ଏହି ଉଦ୍ଧାର କାର୍ଯ୍ୟ ପାଇଁ ବିଭିନ୍ନ ବିଭାଗର ପାଞ୍ଚ ଶହରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଥିବା ଜାଞ୍ଜଗିର-ଚାମ୍ପା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଶେଷ ପର୍ଯ୍ୟାୟରେ ବାରେୱଲରେ ଖସିପଡ଼ିଥିବା ରାହୁଲର ଉଦ୍ଧାର କାର୍ଯ୍ୟ

ସୂଚନା ଥାଉଯେ, ଗତ ଶୁକ୍ରବାର ଅପରାହ୍ନ ୪ଟା ସମୟରେ ଝାରସୁଗୁଡ଼ା ସୀମାକୁ ଲାଗି ଛତିଶଗଡ଼ ରାଜ୍ୟର ଜାଞ୍ଜଗିର-ଚାମ୍ପାର ମାଲଖାଦାରୁଆ ଥାନା ଅଧୀନରେ ଥିବା ପିରହ ୍ରିଡ ଗ୍ରାମର ଝାରସୁଗୁଡ଼ା ସୀମାକୁ ଲାଗି ଛତିଶଗଡ଼ ରାଜ୍ୟର ଜାଞ୍ଜଗିର-ଚାମ୍ପାର ମାଲଖାଦାରୁଆ ଥାନା ଅଧୀନରେ ଥିବା ପିରହ ୍ରିଡ ଗ୍ରାମର ରାହୁଲ ଉକ୍ତ ଗର୍ତ୍ତରେ ଖସିପଡ଼ିଥିଲେ । ରାହୁଲର ବାପା ନିଜ ଘର ବାରିପଟେ ଥିବା ଜମିରେ ପାଣି ମଡ଼ାଇବାକୁ ଗଭୀର ନଳକୂପ ଖୋଳିଥିଲେ । ତେବେ, ପାଣି ନବାହାରିବାରୁ ତାକୁ ଖୋଲା ଛାଡ଼ି ଦେଇଥିଲେ । ରାହୁଲ ସେଇ ପାଖରେ ଖେଳୁଥିବା ସମୟରେ ଏହି ଗର୍ତ୍ତରେ ଖସିପଡ଼ିଥିଲେ । ଏହି ଘଟଣା ଜଣାପଡ଼ିବା ପରେ ପ୍ରଶାସନ ତଥା ସରକାରଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ।

Comments are closed.