ଭୁବନେଶ୍ୱର : ଆସନ୍ତା ଫେବୃଆରୀ ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ହେବ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଷ୍ଟାଡିଅମ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି । ଷ୍ଟାଡିଅମ ପ୍ରସ୍ତୁତି ସନ୍ତୋଷ ଜନକ ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥି ସହ ଥିମ ସଙ୍ଗ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସମୟରେ କ୍ରୀଡା ମନ୍ତ୍ରୀଙ୍କ ସହ ସ୍ଥାନୀୟ ବିଧାୟକ ଏବଂ ଓସିଏ କର୍ମକର୍ତ୍ତାଙ୍କ ଉପସ୍ଥିତ ଥିଲେ । ବାରବାଟିରେ ମ୍ୟାଚ୍ ଆମ୍ ଓଡ଼ିଶା ପାଇଁ ସୌଭାଗ୍ୟର କଥ। ନୂଆ ସରକାର ଆସିବା ପରେ ଏହା ଆମ ପାଇଁ ପ୍ରଥମ ମ୍ୟାଚ୍ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।
Comments are closed.