ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଇନପୁଟ୍ ସହାୟତା ଘୋଷଣା,ରାଜକୋଷରୁ ଖର୍ଚ୍ଚ ହେବ୨ ଶହ କୋଟି

ଭୁବନେଶ୍ୱର : କୃଷକ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା I ରାଜ୍ୟର ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳ ପାଇଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମରୁଡ଼ି ପ୍ରଭାବିତ ଅଞ୍ଚଳ ଲାଗି ଇନପୁଟ୍ ସହାୟତା ଘୋଷଣା କରାଯାଇଛି। ରିପୋର୍ଟ ଅନୁଯାୟୀ ରାଜ୍ୟର ମରୁଡି ପ୍ରଭାବିତ ୬ରିପୋର୍ଟ ଅନୁଯାୟୀ,୬୪ ଟି ବ୍ଲକରେ ପ୍ରାୟ ୨,୬୩୫୬୦ହେକ୍ଟର ଫସଲ ଜମି ଏବଂ୧୨ ଟି ଜିଲ୍ଲାର ୩୩ ପ୍ରତିଶତ ଏବଂ ତଦୁର୍ଦ୍ଧ୍ୱ କ୍ଷତିଗ୍ରସ୍ତ ହୋଇଛି। ସେହି ଅଞ୍ଚଳର କୃଷକମାନେ ଏପର୍ଯ୍ୟନ୍ତ ସେମାନଙ୍କର ଫସଲ ବୀମା ଦେୟ ପାଇନାହାଁନ୍ତି। ଏହି ପରିପ୍ରେକ୍ଷୀରେ ଚାଷୀଙ୍କ ଦାବି ଏବଂ ଫସଲ କ୍ଷୟକ୍ଷତି ରିପୋର୍ଟକୁ ବିଚାର କରି ରାଜ୍ୟ ରାଜକୋଷରୁ ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିପାଇଁ ରାଜ୍ୟ ସରକାର ୨ ଶହ କୋଟି ଟଙ୍କା ଖର୍ଚ୍ଚ କରିବେ। ଏଥିରେ ସମଗ୍ର ରାଜ୍ୟର ଚାଷୀ ଉପକୃତ ହେବେ ବୋଲି ଜଣାଯାଇଛି। ବିହନ କ୍ରୟ ହେଉ କିମ୍ବା ସାର ଠାରୁ ଯନ୍ତ୍ରପାତି, ଯେଉଁମାନେ ଚାଷ କରି କ୍ଷତି ସହିଥାନ୍ତି,ସେମାନଙ୍କ ଲାଗି ଏହି ଅର୍ଥ ବିନିଯୋଗ ହେବ।

Comments are closed.