ଭୁବନେଶ୍ୱର : ଆସନ୍ତା ମାର୍ଚ୍ଚ ୩ ତାରିଖରେ ଅନୁଷ୍ଠି ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର । ଭୁବନେଶ୍ୱର ୟୁନିଟ-୫ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆୟୋଜନ ହେବାକୁ ଥିବା ଏହି ଜନ ଶୁଣାଣି ପାଇଁ ଶୁକ୍ରବାର ପୂର୍ବାହ୍ଣ ୧୧ଟାରୁ ଅନଲାଇନ୍ ପଞ୍ଜୀକରଣ ଆରମ୍ଭ ହୋଇଛି । ସର୍ବାଧିକ ୧୦୦୦ ଅଭିଯୋଗକାରୀ ସେମାନଙ୍କ ନାଁ ପଞ୍ଜୀକରଣ କରିପାରିବେ । ତେବେ ଆଗ୍ରହୀ ଜନସାଧାରଣ ଜନଶୁଣାଣି ପୋର୍ଟାଲhttps://janasunani.odisha.gov.in/ ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେଶନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ପଞ୍ଜୀକରଣ କରିପାରିବେ । ତେବେ ଅଭିଯୋଗ ପ୍ରକୋଷ୍ଠକୁ ଆସିବା ବେଳେ ସାଙ୍ଗରେ ବ୍ୟକ୍ତିଗତ ପରିଚୟପତ୍ର, ଅଭିଯୋଗପତ୍ର ସହ ଆସିବେ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ମିଳିଛି।