ବିଳମ୍ବିତ ରାତିରେ ବିଧାୟକ ପ୍ରଶାନ୍ତ ଜଗଦେବ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ବାଣପୁର: ମାର୍ଚ୍ଚ ୨୯: ଗିରଫ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ବାଣପୁର ଉପକାରାଗାରରୁ ଭୁବନେଶ୍ୱର କ୍ୟାପିଟାଲ୍‌ ହସ୍ପିଟାକୁ ସ୍ଥାନାନ୍ତର କରାଯାଇଛି । ବିଳମ୍ବିତ ରାତିରେ ୧୨ଟା ୨୦ ମିନିଟ୍‌ ସମୟରେ ହଠାତ୍‌ ତାଙ୍କ ଦେହ ଅସୁସ୍ଥ ହୋଇଯିବାରୁ ବାଣପୁର ଉପକାରାଗାରରୁ ଅଣାଯାଇଥିଲା ବୋଲି ସୂଚନା ମିଳିଛି । ଏବେ ସେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ।

ସୂଚନା ଥାଉଯେ, ଗତ ୧୨ ତାରିଖରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ବିଧାୟକ ପ୍ରଶାନ୍ତ ଜଗଦେବ ବିଜେପି କର୍ମୀମାନଙ୍କର ଏକ ଶୋଭାଯାତ୍ରା ଚାଲିଥିବା ବେଳେ ବିଧାୟକ ପ୍ରଶାନ୍ତ ଜଗଦେବ ଗାଡ଼ିକୁ ଭିଡ଼ ଭିତରକୁ ହଠାତ୍‌ ପୂରାଇ ଦେଇଥିଲେ ।
ବିଳମ୍ବିତ ରାତିରେ ବିଧାୟକ ପ୍ରଶାନ୍ତ ଜଗଦେବ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ଏହି ଘଟଣାରେ କିଛି ବିଜେପି କର୍ମୀଙ୍କ ସମେତ ମୋଟ ୨୫ ଜଣ ଆହତ ହୋଇଥିଲେ । ଏଥିରେ ଉତ୍ତ୍ୟକ୍ତ ଜନତା ବିଧାୟକ ଜଗଦେବଙ୍କୁ ଗାଡ଼ିରୁ ଟାଣି ଆଣି ନିସ୍ତୁକ ମାଡ଼ ମାରିଥିଲେ । ସର୍ବସାଧାରଣଙ୍କ ଦ୍ୱାରା ନିସ୍ତୁକ ମାଡ଼ ଖାଇବା ପରେ ବିଧାୟକ ଲହୁଲୁହାଣ ହୋଇଯାଇଥିଲେ । ତାଙ୍କୁ ଗୁରତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହାପରେ ଲୋକେ ତାଙ୍କ ଗାଡ଼ିକୁ ବାଡ଼େଇ ଭାଙ୍ଗିଦେଇଥିଲେ ।
ବିଳମ୍ବିତ ରାତିରେ ବିଧାୟକ ପ୍ରଶାନ୍ତ ଜଗଦେବ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ପ୍ରଶାନ୍ତ ଗତ ୨୨ ତାରିଖ ଅପରାହ୍ନରେ ହସ୍ପିଟାଲରୁ ବାହାରିବା ପରେ ପୁଲିସ ତାଙ୍କୁ ଗିରଫ କରିଥିଲା । ବିଧାୟକଙ୍କୁ ମାରପିଟ୍‌ ଘଟଣାରେ ପୁଲିସ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

Comments are closed.