ବେଜିଂ: ମଇ ୧୧: ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଗମ୍ଭୀର ରୋଗରେ ପୀଡିତ । ଏକ ରିପୋର୍ଟରେ ଜଣାପଡିଛି ଯେ, ଚୀନ୍ ରାଷ୍ଟ୍ରପତି ମାନସିକ ରୋଗ ସେରେବ୍ରଲ ଏନ୍ୟୁରିଜମ୍ରେ ପୀଡିତ । ଏଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାରୁ ଏହାର ସର୍ଜରୀ ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । କି;ୁ ସର୍ଜରୀ ପରିବର୍ତ୍ତେ ସେ ବାଛିଛନ୍ତି ପାରମ୍ପରିକ ଔଷଧକୁ । ଏହାପୂର୍ବରୁ ମାର୍ଚ୍ଚ ୨୦୧୯ରେ ଜିନପିଙ୍ଗଙ୍କ ଇଟାଲୀ ଗସ୍ତ ବେଳେ ତାଙ୍କୁ ଚାଲିବାରେ ଅସୁବିଧା ହୋଇଥିଲା । ପରେ ସେହି ଗସ୍ତ ସମୟରେ ଫ୍ରାନ୍ସରେ ମଧ୍ୟ ସେ ବସିବା ପାଇଁ ସାହାରା ନେଉଥିବା ଦେଖିବାକୁ ମିଳିଥିଲା । କେବଳ ଏତିକି ନୁହେଁ ଅକେଫାବର ୨୦୨୦ରେ ଶେନଝେନରେ ଏକ ସମ୍ବୋଧନ ସମୟରେ କାଶ ଭଳି ସମସ୍ୟା ସାମ୍ନାକୁ ଆସିଥିଲା । କୁହାଯାଉଛି ଯେ ସେ ସେରେବ୍ରଲ ଏନ୍ୟୁରିଜମ୍ରେ ପୀଡିତ ଅଛନ୍ତି । ମସ୍ତିଷ୍କରେ ରକ୍ତ ବାହିକାର ଗୋଟିଏ ପାର୍ଶ୍ୱ ଦୁର୍ବଳ ହୋଇ ବେଲୁନ ଭଳି ଫୁଲିବାକୁ ମସ୍ତିଷ୍କ ସେରେବ୍ରଲ ଏନ୍ୟୁରିଜମ୍ କୁହାଯାଏ । ଏହି ରୋଗ ଯେକୌଣସି ବୟସର ବ୍ୟକ୍ତିଙ୍କୁ ହୋଇପାରେ । ସାଧାରଣତଃ ଏହି ରୋଗ ୫୦ବର୍ଷ କିମ୍ବା ତାଠାରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ପ୍ରଭାବିତ କରିଥାଏ । ବିଶେଷକରି ଯେଉଁମାନଙ୍କଠାରେ ଉଚ୍ଚ ରକ୍ତଚାପ, ଜେନେଟିକ୍ ଭାବେ ସ୍ନାୟୁ ଦୁର୍ବଳ ହେବା, ସଂକ୍ରମଣ, ଆଘାତ ଏବଂ ମସ୍ତିଷ୍କର କ୍ଷତି କିମ୍ବା ଟ୍ୟୁମର ଭଳି ରୋଗ ରହିଥାଏ ସେମାନଙ୍କୁ ଏହି ରୋଗ ହେବାର ଆଶଙ୍କା ଅଧିକ ଥାଏ ।
Comments are closed.