ଭବିଷ୍ୟ ଯୁଦ୍ଧ ପ୍ରସ୍ତୁତିରେ ଚୀନ୍‌ : ୩ ଲକ୍ଷ ଯୁବକଙ୍କୁ ସେନା ବିଭାଗରେ ନିଯୁକ୍ତି

ଚୀନ୍‌: ନଭେମମ୍ବର ୩୦: ସାରା ବିଶ୍ୱ ଏବେ କରୋନାର ନୂଆ ଭୂତାଣୁକୁ ନେଇ ଚିନ୍ତାରେ ଥିବା ବେଳେ ଚୀନ୍‌ କି;ୁ ଭବିଷ୍ୟ ଯୁଦ୍ଧକୁ ନେଇ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛି । ଖବର ଅନୁସାରେ, ଚୀନ୍‌ ଖୁବଶୀଘ୍ର ୩ ଲକ୍ଷ ଯୁବକଙ୍କୁ ସେନା ବିଭାଗରେ ନିଯୁକ୍ତି ଦେବ । ଏନେଇ ରାଷ୍ଟ୍ରପତି ସେନା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ଚୀନ୍‌ର ସେନାର ପ୍ରମୁଖ କମାଣ୍ଡର ସି ଜିନପିଙ୍ଗ ଏକ ସେନା କାର୍ଯ୍ୟକ୍ରମରେ କହିଛନ୍ତି ଯେ, ସଶସ୍ତ୍ର ଚୀନ୍‌ ସେନା ପାଖରେ ଉଚ୍ଚମାନର ବିକାଶର ଚାବିକାଠି ରହିଛି । ଏହାସହ ସୈନିକମାନେ ସାମରିକ ପ୍ରତିଯୋଗିତା ଜିତିବା ଓ ଭବିଷ୍ୟତ ଯୁଦ୍ଧର ନେତୃତ୍ୱ ନେବା ପାଇଁ ଆହୁରି ପ୍ରତିଭାବାନ ହେବା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ । ନୂତନ ପ୍ରତିଭାକୁ ଗୁରୁତ୍ୱ ଦେଲେ ପିପୁଲ୍‌ସ ଲିବରେସନ ଆର୍ମିର ଲକ୍ଷ୍ୟ ୨୦୨୭ ସୁଦ୍ଧା ସ୍ଥିର କରାଯାଇପାରିବ ବୋଲି ସେ କହିଛନ୍ତି ।

ତେବେ ଭବିଷ୍ୟ ଯୁଦ୍ଧକୁ ଶକ୍ତିଶାଳୀ କରିବା ପାଇଁ ଚୀନ୍‌ ୨୦୯ ବିଲିୟନ ଡଲାରର ସାମରିକ ବଜେଟ ପ୍ରସ୍ତୁତ କରିଛି । ଏହାସହ ଚୀନ୍‌ ସେନାର ଆଧୁନିକୀକରଣ ପାଇଁ ମଧ୍ୟ ଅଭ୍ୟାସ ଚଲାଇଛି । ସାଂଗଠନିକ ସଂସ୍କାର ସହିତ ସୈନ୍ୟମାନଙ୍କୁ ହାଇପର୍‌ସୋନିକ ଓ ନୂତନ ଅସ୍ତ୍ରଶସ୍ତ୍ର ସହିତ ସଜ୍ଜିତ କରାଯାଉଛି । ଆମେରିକା ସୂଚନା ଅନୁସାାରେ, ଚୀନ୍‌ ନିକଟରେ ଏକ ଦୂରଗାମୀ କ୍ଷେପଣାସ୍ତ୍ର ଉତକ୍ଷେପଣ କରିଛି, ଯାହାକି ସମଗ୍ର ବିଶ୍ୱ ପରିଭ୍ରମଣ କରିପାରିବ । ଏଥିରୁ ଜଣାପଡ଼ୁଛି କି, ଭବିଷ୍ୟ ଯୁଦ୍ଧ ପାଇଁ ଚୀନ୍‌ ଏବେଠାରୁ ତା’ର ରଣନୀତି ଆରମ୍ଭ କରିଦେଲାଣି ।

Comments are closed.