ବିଧାନସଭାରେ ଉଠିଲା ଚିଟ୍‌ଫଣ୍ଡ ତଦନ୍ତ ପ୍ରସଙ୍ଗ

ସମୟ ଲାଇଭ,୧୨/୩ : କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ବିଧାନସଭାରେ ଚିଟ୍‌ଫଣ୍ଡ ତଦନ୍ତ ପ୍ରସଙ୍ଗ ଉଠାଇଛନ୍ତି ।
କେନ୍ଦ୍ର ସରକାରଙ୍କ ସହ ରାଜ୍ୟ ସରକାରଙ୍କ ସମ୍ପର୍କ ସୁଧୁରିବା ପରେ ତଦନ୍ତ ବନ୍ଦ ହୋଇଗଲା ବୋଲି ସାଲୁଜା ଗୃହରେ ଅଭିଯୋଗ ଉଠାଇଛନ୍ତି । ସରକାର ୩ଶହ କୋଟିର ଫଣ୍ଡ ଗଠନ କରିଥିଲେ । ତେବେ ସେହି ଟଙ୍କା କୁଆଡେ ଗଲା ଏବଂ ନିର୍ବାଚନ ପୂର୍ବରୁ ସିବିଆଇ ୨ଜଣ ବିଧାୟକଙ୍କୁ ଜେରା କରିଥିଲା । ତଦନ୍ତ କ’ଣ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି । ସାଲୁଜା ବାଚସ୍ପତିଙ୍କ ରୁଲିଂ ମଧ୍ୟ ଦାବି କରିଛନ୍ତି । ଠକ ସଂସ୍ଥାକୁ ଜବତ କରି ସମ୍ପତ୍ତି ବିକି ଲୋକଙ୍କୁ ସରକାର ଟଙ୍କା ଫେରାନ୍ତୁ ବୋଲି ବିଧାନସଭାରେ ସନ୍ତୋଷ ସିଂ ସାଲୁଜା କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଜ୍ଝ

Comments are closed.