ଆଶାର ପ୍ରଦୀପ ଡ଼. ଚୌଧୁରୀ ସଂଯୁକ୍ତା ଷଡ଼ଙ୍ଗୀ କବିତାସାହିତ୍ୟ By Samaya Live On Apr 19, 2020 Share ସାଧନାର ପଥେ ଆଶାର ପ୍ରଦୀପ ଜଗାଏ ପ୍ରାଣରେ ଅମିତ ସୁଖ ଜୀବନର ଅର୍ଥ ସାଧନା ଓ ବ୍ରତ ନଜାଣଇ ଯିିଏ ପାଏ କି ସୁଖ ? ସମୟର ଗତି କେତେ ଯେ ପ୍ରଖର ତାଳ ଦେଇ ସାଥେ ହୁଏ ଚାଲିବାର କିଛିଟା ସ୍ୱପ୍ନ, ନଦେଇ ପାରିଲେ ଜୀବନ କି ହେବ କହ ସୁଖକର ସମୟର ଆଗମନ ସ୍ୱପ୍ନମୟ ହେଉ ସ୍ୱପ୍ନ ସବୁ ଶୁଭଙ୍କର ବାର୍ତ୍ତା ଦେଉଥାଉ ସାଧନାର ପଥ ନ ହେଉ ପିଚ୍ଛିଳ ଏହା ହିଁ ତ କାମନା ଜୀବନ ମାର୍ଗର ଆଶାତୀତ ଫଳ ପ୍ରାପ୍ତି ହେଉ ବା ନ ହେଉ ତଥାପି ତ ଆଶା ନେଇ ବଞ୍ଚିବାକୁ ହେବ ସ୍ୱପ୍ନ ଭଙ୍ଗ ମନ ନେଇ; ସତ କୁହ ବଞ୍ଚିବାର ମାନେ କିଛି ଅଛି କି ନା କ’ଣ ? ନିର୍ମୂଳି ଲଟା ପରି ବଞ୍ଚିରହିବାର ପ୍ରତ୍ୟାଶା ଅନ୍ୟଭାରାରେ ଉପରକୁ ଉଠିଯିବାର ପ୍ରୟାସ ଅନ୍ୟକୁ ଶୋଷିବାର ଆନନ୍ଦ-ମୁହୂର୍ତ୍ତ କେବେ ଦୁଃଖର ଝଡ଼ ତୋଳେ କେବେ ଅତର୍କିତ ଆତଙ୍କର ସ୍ୱର ବାଢ଼େ ସେ ପଥ କେତେ ଯେ, ପିଚ୍ଛିଳ-ଶଙ୍କୁଳ ସବୁ ଆଶା ସ୍ୱପ୍ନ ଯଦି ଅବାଟକୁ ଆପଣା ମଣନ୍ତି ଜୀବନର ମାନେ କିଛି ବୁଝିବା ଆଗରୁ ମୃତ୍ୟୁକୁ ଶ୍ରେୟ ମଣି ବଞ୍ଚିବା ଶିଖନ୍ତି ଜୀବନର ଅମୂଲ୍ୟ ଦିଗକୁ ଯେ, ନ ପାରିଛି ଦେଖି ତା’ର ମୂଲ୍ୟକୁ ନ କଷିବାକୁ ଯେ ନପାରିଛି ଶିଖି ସେ କି ପାରିବ କହି ଅମୃତ ସନ୍ଧାନ କରି ସେ ତ ପାରେନି ଜାଣି ଜୀବନର ରହସ୍ୟ ସୁଖର ମୁହୂର୍ତ୍ତ ପାଇଁ ଦୁଃଖର ଦେହଳୀ ଡ଼େଇଁ ଯିବା ତା’ ପାଇଁ ଦୂରୁହ….. Share
Comments are closed.