ଦିଲ୍ଲୀ: ଚଳିତ ମାସ ୨୬ ତାରିଖରେ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍ଭି ରମଣା ଅବସର ନେବାକୁ ଯାଉଛନ୍ତି । ଏହାପୂର୍ବରୁ ଭାରତ ସରକାର ତାଙ୍କ ଉତ୍ତରାଧିକାରୀ ଭାବେ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଲିତଙ୍କୁ ଚୟନ କରିଛନ୍ତି । ଏନେଇ ବୁଧବାରଦିନ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ପ୍ରଧାନ ବିଚାରପତିଙ୍କ ସଚିବାଳୟକୁ ଏକ ପତ୍ର ପଠାଯାଇ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତିଙ୍କ ନାମ ସୁପାରିସ କରିବାକୁ କୁହାଯାଇଥିଲା । ବରିଷ୍ଠତା ଭିତ୍ତିରେ ଜଷ୍ଟିସ ଲଳିତ ଜଷ୍ଟିସ ରମଣାଙ୍କ ତଳକୁ ରହିଥିଲେ । ଏଣୁ ନୂତନ ପ୍ରଧାନ ବିଚାରପତି ପଦ ପାଇଁ ତାଙ୍କ ନାମ ସୁପାରିସ କରିବାର ସମ୍ଭାବନା ରହିଥିଲା ।
ଜଷ୍ଟିସ ଲଲିତଙ୍କ କାର୍ଯ୍ୟଦିବସ କେବଳ ୭୪ଦିନର ହେବ । ଚଳିତ ବର୍ଷ ନଭେମ୍ବର ୮ରେ ସେ ଅବସର ନେବେ । ତେବେ ବରିଷ୍ଠତା ଭିତ୍ତିରେ ଜଷ୍ଟିସ ଲଲିତଙ୍କ ତଳେ ଅଛନ୍ତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ଼ । ଏଣୁ ଜଷ୍ଟିସ ଲଲିତଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ସେ ଦେଶର ପ୍ରଧାନ ବିଚାରପତି ହୋଇପାରନ୍ତି ବୋଲି ଆଲୋଚନା ହେଉଛି ।
Comments are closed.