ତିହାର ଜେଲ୍‌ରେ ହିଂସା: ୧୫ କଏଦୀ ଗୁରୁତର ଆହତ

ଦିଲ୍ଲୀ: ଏପ୍ରିଲ ୨୨: ଦିଲ୍ଲୀର ତିହାର ଜେଲରେ ପୁଣି ହିଂସାକାଣ୍ଡ ଘଟିଛି । ଦୁଇ ଗୋଷ୍ଠୀ ମଧ୍ୟରେ ହିଂସା ଘଟି ୧୫ଜଣ କଏଦୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଜେଲ୍‌ରେ ଥିବା ୮ ଏବଂ ୯ ନମ୍ବର କୋଠରୀରେ ଥିବା କଏଦୀଙ୍କ ମଧ୍ୟରେ ଏହି କାଣ୍ଡ ଘଟିଛି । ତେବେ ଘଟଣାର ଦୁଇ ଦିନ ପୂର୍ବରୁ ହିଁ ଏହି ଦୁଇଟି କୋଠରୀର କଏଦୀଙ୍କ ମଧ୍ୟରେ ତୁମୁଳକାଣ୍ଡ ଘଟିିଥିବା ଜଣାପଡ଼ିଛି ।

ତିହାର ପ୍ରଶାସନର ରିପୋର୍ଟ ଅନୁସାରେ, କିଛି କଏଦୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ପୁଣିଥରେ ଜେଲରେ ବନ୍ଦ କରାଯାଇଛି ଓ ଅନ୍ୟ କିଛି କଏଦୀଙ୍କ ଚିକିତ୍ସା ଏବେ ମଧ୍ୟ ଚାଲିଛି । ବର୍ତ୍ତମାନ ଘଟଣାର ଯାଞ୍ଚ ଆରମ୍ଭ କରିଛି ତିହାର ଜେଲ ପ୍ରଶାସନ ।

ସୂଚନା ଥାଉଯେ, ଏହି ଘଟଣା ତିହାର ଜେଲ୍‌ରେ ପ୍ରଥମ ଥର ନୁହେଁ, ଏହା ପୂର୍ବରୁ ମଧ୍ୟ ଏଠାରେ ହିଂସା ଘଟିଛି । ଫେବୃଆରୀ ମାସରେ କଏଦୀଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାକାଣ୍ଡ ଘଟି ୪ ଜଣ କଏଦୀ ଗୁରୁତର ହୋଇଯାଇଥିଲା ବେଳେ ସହାୟକ ଜେଲ ଅଧିକ୍ଷକ ଓ ୱାର୍ଡେନ୍‌ ମଧ୍ୟ ଏଥିରେ ଆହତ ହୋଇଥିଲେ ।

Comments are closed.