ଦିଗପହଣ୍ଡି : କାଳବୈଶାଖୀରେ ବଜ୍ରପାତ ଯୋଗୁଁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ । ଆଜି ସକାଳୁ ସ୍କୁଲରୁ ଫେରୁଥିବା ବେଳେ ବଜ୍ରାଘାତର ଶିକାର ହେଇଥିଲେ ଛାତ୍ର ଜଣକ । ଘଟଣା ଘଟିଛି ଦିଗପହଣ୍ଡି ବମକେଇ-କୁମରଡ଼ା ରାସ୍ତାରେ । ମୃତ ଛାତ୍ର ନାରାୟଣପାଟଣା ଗାଁର ରାଜେଶ ଗୌଡ । ସେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।