ହଲିଉଡ୍‌ରେ କ୍ଲାସିକ୍‌ ଡ୍ୟାନ୍ସିଂ କ୍ୱିନ୍‌ ଫ୍ରୀଡା

ମୁମ୍ବାଇ: ଅଭିନୟ ଜରିଆରେ କମ୍‌ ସମୟ ମଧ୍ୟରେ ପୁରା ଦୁନିଆରେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ିଥିବା ଅଭିନେତ୍ରୀ ଫ୍ରୀଡା ପିଣ୍ଟୋଙ୍କର କୌଣସି ପରିଚୟର ଲୋଡ଼ା ନାହିଁ । ଭାରତରେ ଜନ୍ମିତା ଫ୍ରୀଡାଙ୍କୁ ଇଂରାଜୀ ସହ ଅନ୍ୟ ଭାଷାର ଅନେକ ପ୍ରୋଜେକଫ ମିଳୁଛି, ଯେଉଁଥିରେ ତାଙ୍କର ଭୂମିକା ଗୁରୁତ୍ୱ ରଖିବା ସହ ଭଲ ରେସପେନ୍ସ ମିଳିଥାଏ । ଫ୍ରୀଡା ଫିଲ୍ମ ଦୁନିଆରେ ପାଦ ରଖିବା ପୂର୍ବରୁ ୪ ବର୍ଷ ପର୍ଯ୍ୟନ୍ତ ମଡେଲିଂ ଜଗତରେ ନିଜର ଜଲୱା ଦେଖାଉଥିଲେ ।

ହଲିଉଡ୍‌ରେ କ୍ଲାସିକ୍‌ ଡ୍ୟାନ୍ସିଂ କ୍ୱିନ୍‌ ଫ୍ରୀଡା

ହେଲେ ତାଙ୍କର ପ୍ରଥମ ଫିଲ୍ମ କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ୱରେ ଧମାଲ କରିଥିଲା । ବଲିଉଡ୍‌ ସିନେମା ତଥା ଓସ୍କାର ପୁରସ୍କାର ପ୍ରାପ୍ତ ‘ସ୍ଲମଡଗ୍‌ ମିଲେନିୟର’ ଜରିଆରେ ଫ୍ରୀଡା ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ । ଏହାପରେ ଅଭିନେତ୍ରୀ ଫ୍ରୀଡା କେବେ ବି ପଛକୁ ଫେରି ଚାହିଁ ନାହାନ୍ତି । ସେ ବଲିଉଡ୍‌ ଫିଲ୍ମରେ କମ୍‌ କାମ କରିଥିବା ବେଳେ ଅଧିକାଂଶ ବିଦେଶୀ ଫିଲ୍ମରେ ନଜର ଆସିଛନ୍ତି । ‘ରାଇଜ୍‌ ଅଫ୍‌ ଦ ପ୍ଲାନେଟ୍‌ ଅଫ୍‌ ଦ ଆ«’, ‘ଡିଜର୍ଟ ଡାନ୍ସର’, ‘ଇମ୍ମୋଟାଲ୍ସ’ର୍, ‘ଗର୍ଲ ରାଇଜିଂ’, ‘ନାଇଟ୍‌ ଅଫ୍‌ କ«’ ପରି ଫିଲ୍ମରେ କାମ କରିବାର ସୁଯୋଗ ପାଇଛନ୍ତି ।

ହଲିଉଡ୍‌ରେ କ୍ଲାସିକ୍‌ ଡ୍ୟାନ୍ସିଂ କ୍ୱିନ୍‌ ଫ୍ରୀଡା

ଏହା ବ୍ୟତୀତ ଫ୍ରୀଡା ଅନେକ ଟେଲିଭିଜନ ଶୋରେ ମଧ୍ୟ ସାମିଲ ହୋଇଛନ୍ତି । କେବଳ ଆକଫିଂ ନୁହେଁ ଭାରତୀୟ ଶାସ୍ତ୍ରୀ ନୃତ୍ୟରେ ସେ ଜଣେ ନିପୁଣ କଳାକାର । ଏଥିସହ ବିଶେଷ ଫ୍ୟାଶନ ସେନ୍ସ ଯୋଗୁଁ ସେ ପୁରା ଦୁନିଆରେ ପରିିଚିତ । ଫ୍ରୀଡା ୧୯୮୪ ଅକେଫାବର ୧୮ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଛନ୍ତି । ମୁମ୍ବାଇର ସେଣ୍ଟ୍‌ ଜାଭିଏର କଲେଜରୁ ଗ୍ରାଜୁଏନ କରିବା ପରେ ମଡେଲିଂ ଆରମ୍ଭ କରିଥିଲେ ।

ହଲିଉଡ୍‌ରେ କ୍ଲାସିକ୍‌ ଡ୍ୟାନ୍ସିଂ କ୍ୱିନ୍‌ ଫ୍ରୀଡା

ସୋମବାର ନିଜର ୩୭ତମ ଜନ୍ମଦିନ ସେଲିବ୍ରେଟ କରିଥିବା ଫ୍ରୀଡା ଏବେ ଫଟୋଗ୍ରାଫର କୋରି ଟ୍ରାନଙ୍କ ସହ ରିଲେସନସିପ୍‌ରେ ଅଛନ୍ତି ଏବଂ ସେ ଖୁବଶୀଘ୍ର ମାଆ ହେବାକୁ ଯାଉଛନ୍ତି । ଉଭୟଙ୍କର ନିର୍ବନ୍ଧ ସରିଥିବା ଚର୍ଚ୍ଚା ହେଉଛି । ଏହା ପୂର୍ବରୁ ଫ୍ରୀଡା ସ୍ଲମଡଗ୍‌ ମିଲେନିଅରର ଅଭିନେତା ଦେବ ପଟେଲଙ୍କୁ ୬ ବର୍ଷ ପର୍ଯ୍ୟନ୍ତ ଡେଟ୍‌ କରୁଥିଲେ ।

ହଲିଉଡ୍‌ରେ କ୍ଲାସିକ୍‌ ଡ୍ୟାନ୍ସିଂ କ୍ୱିନ୍‌ ଫ୍ରୀଡା

ଫ୍ରୀଡା ସୋସିଆଲ ମିଡିଆରେ ମଧ୍ୟ ଖୁବ ଆକଫିଭ ରୁହନ୍ତି ଏବଂ ସେ ନିଜର ଫଟୋକୁ ସବୁବେଳେ ସେୟାର କରୁଥିବା ନଜର ଆସିଥାନ୍ତି ।

Comments are closed.