ନିକଟରେ ବୈଜ୍ଞାନିକମାନେ ଶାରୀରିକ ପରିଶ୍ରମ କରୁଥିବା ବ୍ୟକ୍ତିଙ୍କ ପାଇଁ ଏକ ସ୍ୱତନ୍ତ୍ର କପଡ଼ା ପ୍ରସ୍ତୁତ କରିଛନ୍ତି । ଶାରୀରିକ ପରିଶ୍ରମ କରିବା ସମୟରେ ଯେଉଁମାନେ କ୍ଳାନ୍ତ ହୋଇଜୋରେ ନିଶ୍ୱାସପ୍ରଶ୍ୱାସ ନିଅନ୍ତି, ସେମାନେ ଏହି ବିଶେଷ କପଡ଼ାକୁ ବ୍ୟବହାର କରିପାରିବେ । ଏହି କପଡ଼ାରେ ଥିବା ଖାସ୍ ‘ଓମନି ଫାଇବର’ ଶରୀରକୁ ଅମ୍ଳଜାନ ଯୋଗାଇବାରେ ସାହାଯ୍ୟ କରିବ । ଆଥଲେଟ୍, ନୃତ୍ୟଶିଳ୍ପୀ ଏବଂ ମଞ୍ଚ ପ୍ରଦର୍ଶନକାରୀଙ୍କ ପାଇଁ ଏହା ଏକ ଅତ୍ୟନ୍ତ ଉପଯୋଗୀ ଆବିଷ୍କାରକ ହୋଇପାରିଛି ।
ଏହି କପଡ଼ାଟି ପିନ୍ଧୁଥିବା ବ୍ୟକ୍ତିଙ୍କ ଶରୀର ଅନୁଯାୟୀ ଆଡଜଷ୍ଟ ହେବ । କପଡ଼ାଟିର ସଙ୍କୋଚନ ଏବଂ ବିସ୍ତାର କରିବାର କ୍ଷମତା ରହିଛି । ଶରୀରରେ ଅମ୍ଳଜାନର ଅଭାବ ହେବା ମାତ୍ରେ ଏହା ଆବଶ୍ୟକ ମୁତାବକ ଅମ୍ଳଜାନ ଯୋଗାଣ ଆରମ୍ଭ କରିବ । ଏହି ବିଶେଷ କପଡ଼ାକୁ ମାସାଚୁସେଟ୍ସ ଇନଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନୋଲୋଜି (ଏମଆଇଟି)ର ବୈଜ୍ଞାନିକମାନେ ପ୍ରସ୍ତୁତ କରିଛନ୍ତି । ଏଠାରେ ବୈଜ୍ଞାନିକମାନେ ପ୍ରଥମେ ଏକ ଫାଇବର ଉଦ୍ଭାବନ କଲେ, ଯାହା ପରେ ସ୍ୱିଡେନକୁ ଯାଇ ଏକ କପଡ଼ାରେ ପରିଣତ ହେଲା ।
ଏହି ରିସର୍ଚ୍ଚରେ ଜଡ଼ିତ ବୈଜ୍ଞାନିକମାନେ କହିଛନ୍ତି, ଯେକୌଣସି ରୋଗ ଏବଂ ଅସ୍ତ୍ରୋପଚାର ପରେ ଏହି କପଡ଼ାକୁ ଲୋକମାନେ ପିନ୍ଧିପାରିବେ । ଏହା ସେମାନଙ୍କୁ ଶ୍ୱାସକ୍ରିୟା ବେଳେ ଉପୁଜୁଥିîବା ସମସ୍ୟାରୁ ମୁକ୍ତି ଦେଇ ଆରାମ ଦେବ । କିଛି ଗାୟକଙ୍କୁ ପିନ୍ଧାଯାଇ ଏହାର ପରୀକ୍ଷଣ କରାଯାଇଥିଲା, ଯାହା ଗୀତ ଗାଇବା ସମୟରେ ସେମାନଙ୍କୁ ବହୁତ ସାହାଯ୍ୟ କରିଥିଲା । ସେହିପରି କିଛି ଆଥଲେଟ୍ କହିଛନ୍ତି ଯେ, ଏହା ନିଶ୍ୱାସ ନେବାରେ ସାହାଯ୍ୟ କରୁଛି । ଓମନି ଫାଇବରରୁ ନିର୍ମିତ ଏହି କପଡ଼ା ଅନେକସ୍ତର ଦେଇ ଗଠିତ ହୋଇଛି । ଶରୀରରେ ପିନ୍ଧିବା ମାତ୍ରେ କପଡା କାମ କରିବା ଆରମ୍ଭ କରେ । ଏଥିରେ ଥିବା ସେନ୍ସରଗୁଡ଼ିକ କେତେ ପରିମାଣରେ ଅମ୍ଳଜାନ ଦରକାର ତାହା ସୂଚାଇ ଦେଇଥାଏ । ଏହା ଏକ ଅତି ପତଳା କପଡା ଏବଂ ଏହା କୌଣସି ପ୍ରକାରରେ ମାନବ ଚର୍ମକୁ କ୍ଷତି ପହଞ୍ଚାଏ ନାହିଁ ।
Comments are closed.