ଭୁବନେଶ୍ୱର : ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଖୋର୍ଦ୍ଧାରୁ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏନେଇ ପୂର୍ବରୁ ରାଜ୍ୟ ସରକାର ବିସ୍ତୃତ ମାର୍ଗଦର୍ଶିକା ଜାରି କରିସାରିଛନ୍ତି। ଜିଲ୍ଲାପାଳ ଓ ବିଡିଓଙ୍କୁ ଏହି ମାର୍ଗଦର୍ଶିକା ପଠାଯାଇସାରିଛି। ଫେବ୍ରୁଆରୀ ମାସ ୧୫ ତାରିଖ ସୁଦ୍ଧା ପ୍ରତି ଗାଁ ସେହି ଅନୁସାରେ ୫ ବର୍ଷିଆ ଯୋଜନା ତାଲିକା ପ୍ରସ୍ତୁତ କରି ପଠାଇବାକୁ କୁହାଯାଇଛି।
୨୦୨୪-୨୫ରେ ବିକଶିତ ଗାଁ, ବିକଶି ତ ଓଡ଼ିଶା ପାଇଁ ସରକାର ବଜେଟ୍ରେ ୧୦୦୦ କୋଟି ଟଙ୍କାର ବ୍ୟୟବରାଦ ରଖିଛନ୍ତି। ମାର୍ଗଦର୍ଶିକା ଅନୁସାରେ ପ୍ରତିମାସରେ ୨ ଦିନ ପାଇଁ ଆବଣ୍ଟିତ ପ୍ରତି ଜିଲ୍ଲା,ପଞ୍ଚାୟତକୁ ଯିବେ ବରିଷ୍ଠ ଆଇଏଏସ୍ ଅଧିକାରୀ । ଗାଁ ରେ ରାତି କାଟିବା ସହିତ ତୃଣମୂଳ ସ୍ତରରୁ ଲୋକମାନଙ୍କର ସୁବିଧା ଅସୁବିଧା ବୁଝି ସରକାରୀ ଯୋଜନାର କାର୍ଯ୍ୟକାରିତା ନେଇ ବୁଝାଇବେ । ସେହିପରି ଆହାର କେନ୍ଦ୍ର ନହେଲେ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ମାନ ଚେକ କରିବେ। ଫେବ୍ରୁଆରୀରୁ ମାର୍ଚ୍ଚ ଭିତରେ ବାବୁମାନଙ୍କୁ ଜିଲ୍ଲା ଗସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ୩୦ଟି ଜିଲ୍ଲା ପାଇଁ ୩୦ ଜଣ ଆଇଏଏସଙ୍କୁ ଦାୟିତ୍ବ ଦେଇଛନ୍ତି ଉନ୍ନୟନ କମିଶନର। ତୃଣମୂଳ ସ୍ତରରେ ସରକାରୀ ଯୋଜନାର କାର୍ୟ୍ୟକାରିତା ଉପରେ ନଜର ରଖିବାକୁ ସରକାର ନେଇଛନ୍ତି ଏଭଳି ପଦକ୍ଷେପ ନେଇଛନ୍ତି ।ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଓ କଟଅଫ୍ ଏରିଆକୁ ପହଞ୍ଚିବାକୁ ଦିଆଯାଇଛି ନିର୍ଦ୍ଦେଶ।
ସୂଚନାନୁସାରେ,ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରଠୁ ସାଧାରଣ ଲୋକଙ୍କ ଆସ୍ଥାଭାଜନ ହେବାପାଇଁ ନାନାଦି ଯୋଜନା ଓ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଛନ୍ତି। ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗ ଜାନୁୟାରୀ ୩୧ତାରିଖରେ ବିଭିନ୍ନ ବିଭାଗର ସଚିବ ଓ କମିଶନର ପାହ୍ୟାର ମୋଟ ୩୦ଜଣ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ଚିଠି ଲେଖି ଆବଂଟିତ ଜିଲ୍ଲାକୁ ଗସ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ବରିଷ୍ଠ ଆଇଏଏସ୍ ଅଫିସରମାନଙ୍କୁ ଆବଂଟିତ ଜିଲ୍ଲାକୁ ପରିଦର୍ଶନ କରିବା ପାଇଁ ୨ଦିନର ଯୋଜନା ପ୍ରସ୍ତୁତ କରି ଦୁଇମାସରେ ଅତ୍ୟନ୍ତ ଥରେ ଗସ୍ତ କରି ଜିଲ୍ଲା ମୁଖ୍ୟାଳୟ ଅବା ସବଡିଭିଜନ ମୁଖ୍ୟାଳୟରେ ରାତି ବିତାଇବାକୁ ପରାମର୍ଶ ଦେଇଛନ୍ତି ।
Comments are closed.