ଅପରାହ୍ନ ସାଢ଼େ ୫ଟାରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ: ଫେରିପରେ କି ଲକ୍‌ଡଉନ୍‌ !

ଭୁବନେଶ୍ୱର: ଜାନୁଆରୀ ୧୦: ଦିନକୁ ଦିନ ଦେଶ ଓ ରାଜ୍ୟରେ କରୋନା ପରିସ୍ଥିତି ପୁଣି ସଙ୍ଗିନ ହେବାକୁ ଲାଗିଲାଣି । ପ୍ରତ୍ୟେକ ଦିନ ରାଜ୍ୟରେ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାକୁ ନଜରରେ ରଖି ରାଜ୍ୟ ସରକାର ନାଇଟ୍‌ କଫୁ୍ୟ କଲେ ମଧ୍ୟ ସଂକ୍ରମଣ କମୁନି । ଆଗକୁ ପୁଣି ନିର୍ବାଚନ ଆସିଲାଣି । ପ୍ରଚାର ଏବଂ ସଭା ସମିତି ସମୟରେ କରୋନ ଅଧିକ ବ୍ୟାପିପାରେ ବୋଲି ଆଶା କରାଯାଉଛି ।
ଏଣୁ ଏହି ସବୁକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର କୋଭିଡ୍‌ ସ୍ଥିତି ସମୀକ୍ଷା କରିପାରନ୍ତି । ଅପରାହ୍ନ ସାଢ଼େ ୫ଟାରେ ମୁଖ୍ୟମନ୍ତ୍ରୀ ସମୀକ୍ଷା ବୈଠକ କରିବେ । ତେବେ ସେ ରାଜ୍ୟରେ ପୁଣି ଲକ୍‌ଡାଉନ କରିପାରନ୍ତି ବୋଲି ଆଲୋଚନା ଚାଲୁଛି ।

ସୂଚନା ଥାଉଯେ, ଆଜି ବାଲେଶ୍ୱର ଏଫ୍‌ଏମ୍‌ ମେଡିକାଲ କଲେଜର ୧୦ ଛାତ୍ର କରୋନ ସଂକ୍ରମିତ ହୋଇଛନ୍ତି । ପୂର୍ବରୁ ମେଡିକାଲ କଲେଜରେ ୩ ଛାତ୍ର ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ଏବେ ଏହାକୁ ମିଶାଇ କଲେଜରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି ।

ରାଜ୍ୟରେ ୨୪ ଘଣ୍ଟାରେ ୪ ହଜାର ୮୨୯ କରୋନ ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୩୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Comments are closed.