ଅକ୍ଷୟ ତୃତୀୟାରେ ସିଏମ କିଷାନ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର : ଚାଷୀଙ୍କ ପାଇଁ ଖୁସି ଖବର । ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସିଏମ୍ କିଷାନ ଯୋଜନା ମାଧ୍ୟମରେ ୫୦ଲକ୍ଷ ଚାଷୀ ଏକ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କା ପାଇବେ । ବର୍ଷକୁ ୨ଟି କିସ୍ତିରେ ଚାଷୀଙ୍କୁ ସିଏମ କିଷାନ୍‌ ଟଙ୍କା ମିଳୁଛି । ନୂଆଖାଇ ଓ ଅକ୍ଷୟ ତୃତୀୟା ଅବସରରେ ସରକାର ଚାଷୀଙ୍କୁ ଟଙ୍କା ଦେବେ। ଗତ ବର୍ଷ ନୂଆଁଖାଇରେ ପ୍ରାୟ ୪୬ ଲକ୍ଷ ଚାଷୀଙ୍କୁ ସିଏମ କିଷାନ ଯୋଜନାରେ ସହାୟତା ରାଶି ବାଣ୍ଟିଥିଲେ ସରକାର ।

ସେହିପରି ପିଏମ କିଷାନ ଯୋଜନାରେ ବର୍ଷକୁ ୩ଟି କିସ୍ତିରେ ସରକାର ଚାଷୀଙ୍କୁ ଟଙ୍କା ଦେବେ। ପିଏମ୍‌ କିଷାନ ଓ ସିଏମ୍‌ କିଷାନ ଯୋଜନା ମାଧ୍ୟମରେ ଚାଷୀମାନେ ବାର୍ଷିକ ୧୦ ହଜାର ଟଙ୍କା ପାଇବେ। ରାଜ୍ୟ ଓ ଦେଶରେ କୃଷି ଓ କୃଷକକୁ ପ୍ରାଧାନ୍ୟ ଦିଆଯାଇ ଏପରି ନିଷ୍ପତ୍ତି ନିଆଯାଇଛି । ସିଏମ କିଷାନ ଯୋଜନାରେ ନାମମାତ୍ର, ଖୁଦ୍ର ଏବଂ ଭୂମିହୀନ ଚାଷୀମାନେ ମଧ୍ୟ ଅନ୍ତର୍ଭୁକ୍ତ । ଯୋଗ୍ୟ ବିବେଚିତ ଚାଷୀମାନଙ୍କୁ ସିଏମ୍ କିଷାନ ଟଙ୍କା ମିଳିବ ।

Leave A Reply

Your email address will not be published.