ରଜରେ ପାଆନ୍ତୁ ଗ୍ଲାମର୍‌ ଲୁକ୍‌

ପ୍ରତିଥର ପରି ଚଳିତ ବର୍ଷ ରଜ ପର୍ବରେ ପାରମ୍ପରିକ ଲୁକ୍‌ରୁ ଟିକେ ବାହାରକୁ ଆସନ୍ତୁ । ନିଜକୁ ସେଲିବ୍ରେଟି ଷ୍ଟାଇଲ୍‌ ସହ ଫ୍ୟାଶନେବୁଲ୍‌ ଲୁକ୍‌ ଦେବା ପାଇଁ ଟ୍ରାଏ କରନ୍ତୁ । ଏପରିକି କୋ-ଅର୍ଡ ଷ୍ଟାଇଲ୍‌କୁ ଆପଣାନ୍ତୁ ଏବଂ ଡିଜାଇନର େୱଷ୍ଟର୍ନ ଆଉଟଫିଟ୍‌ ପିନ୍ଧି ଏହି ରଜ ପର୍ବରେ ଆକର୍ଷଣୀୟ ଦେଖାଯାଆନ୍ତୁ ।

ଶର୍ଟ କଲର କ୍ରପ୍‌ ଟପ୍‌

ରଜରେ ପାଆନ୍ତୁ ଗ୍ଲାମର୍‌ ଲୁକ୍‌

ଆଜିକାଲି ମାର୍କେଟରେ ଏପରି ଡିଜାଇନ୍‌ର କ୍ରପ୍‌ ଟପ୍‌ ମିଳୁଛି । କ୍ରପ୍‌ ଟପ୍‌ ଆଉଟଫିଟ୍‌ର ଏହା ଏକ ପ୍ରକାର ନୂଆ ଟ୍ରେଣ୍ଡ୍‌ ଚାଲିଛି । କଲର୍‌ ନେକ୍‌ ଏବଂ ଷ୍ଟ୍ରାଇପ୍‌ ପ୍ୟାଟର୍ନ ସହ ଏହି ଟପ୍‌ ଆପଣ ପିନ୍ଧିଲେ ଏକଦମ୍‌ ଅଲଗା ହିଁ ନଜର ଆସିବେ । ଏହାକୁ ଆପଣ କକ୍‌ଟେଲ୍‌ କିମ୍ବା କର୍ପୋରେଟ୍‌ ପାର୍ଟିରେ ମଧ୍ୟ ପିନ୍ଧିପାରିବେ ।

ବନାରସୀ ବ୍ଲେଜର୍‌ ପ୍ୟାଣ୍ଟ୍‌-ସଟ୍‌

ରଜରେ ପାଆନ୍ତୁ ଗ୍ଲାମର୍‌ ଲୁକ୍‌

ଯଦି ପାରମ୍ପରିକ କପଡ଼ା ପ୍ରତି ଆପଣଙ୍କ ଦୁର୍ବଳତା ରହିଛି, ତାହେଲେ ଏଥିରୁ ନିର୍ମିତ େୱଷ୍ଟର୍ନ ଆଉଟଫିଟ୍‌କୁ ପିନ୍ଧିପାରିବେ । ବନାରସୀ ଶାଢି ଯେମିତି ସମସ୍ତଙ୍କ ପ୍ରିୟ ସେହିପରି ବନାରସୀ କପଡ଼ାରୁ ତିଆରି ବ୍ଲେଜର୍‌ ପ୍ୟାଣ୍ଟ୍‌ ସୁଟ୍‌ ମଧ୍ୟ ସେମିତି ସମସ୍ତଙ୍କ ପସନ୍ଦ ପାଲଟିଛି । ଆପଣ ଏହାକୁ ରଜ ପର୍ବରେ ଆୟୋଜିତ ପାର୍ଟିରେ ପିନ୍ଧିପାରିବେ । ଏହା ଆପଣଙ୍କୁ ସିମ୍ପଲ୍‌ ଏବଂ ଏଲିଗାଣ୍ଟ୍‌ ଲୁକ୍‌ ପ୍ରଦାନ କରିବ ।

କୋ-ଅର୍ଡ ଆଉଟଫିଟ୍‌

ରଜରେ ପାଆନ୍ତୁ ଗ୍ଲାମର୍‌ ଲୁକ୍‌

ଆରାମ ପୋଷାକ ଚାହୁଁଥିଲେ ଫ୍ଲୋରାଲ ପ୍ରିଣ୍ଟ୍‌ର ଟ୍ରେଣ୍ଡିଂ କୋ-ଅର୍ଡ ଷ୍ଟାଇଲ୍‌କୁ ଚୟନ କରିପାରିବେ । ସିáରେ ନିର୍ମିତ ପ୍ୟାଣ୍ଟ୍‌ ଏବଂ କଲର୍‌ ଷ୍ଟାଇଲ୍‌ ଟପ୍‌କୁ ଯେକୌଣସି ପର୍ବପର୍ବାଣୀରେ ପିନ୍ଧିପାରିବେ । ଏହାକୁ ନାଇଟ୍‌ ପାର୍ଟିରେ ପିନ୍ଧିଲେ ଆହୁରି ଭଲ ଦେଖାଯିବେ ।

ସିá ବ୍ଲେଜର୍‌ ସେଟ୍‌

ରଜରେ ପାଆନ୍ତୁ ଗ୍ଲାମର୍‌ ଲୁକ୍‌

ଯଦି ରଜରେ ଆପଣଙ୍କ ଅଫିସ୍‌ରେ କିଛି ପାର୍ଟିର ଆୟୋଜନ ହୋଇଛି, ତାହେଲେ କର୍ପୋରେଟ୍‌ ଲୁକ୍‌ ପାଇଁ ଏହାକୁ ଟ୍ରାଏ କରନ୍ତୁ । ଚିନିୟା ସିá ଫ୍ୟାବ୍ରିକରେ ପ୍ରସ୍ତୁତ ଏଜିଙ୍ଗ ଜ୍ୟାଗ୍‌ ପ୍ୟାଟର୍ନ ଏବଂ ସଲିଡ୍‌ କଲର୍‌ର ୟେଲୋ ବ୍ଲେଜର ସେଟ୍‌ ପିନ୍ଧନ୍ତୁ । ଦେଖିବେ ଏହି ଲୁକ୍‌ ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିବ ।

ଇଣ୍ଡୋ-େୱଷ୍ଟର୍ନ ମିକ୍ସ

ରଜରେ ପାଆନ୍ତୁ ଗ୍ଲାମର୍‌ ଲୁକ୍‌

ଖାସ୍‌ ଦେଖାଯିବାକୁ ଚାହୁଁଥିଲେ ଡାର୍କ ସରାରା ସେଟ୍‌ ପିନ୍ଧି ପିନ୍ଧିପାରିବେ । ଏହାସହ ଆପଣ ଏକ ମ୍ୟାଚିଂ କ୍ଲଚ୍‌ ବକ୍ସ କ୍ୟାରୀ କରିପାରିବେ । ଏହା ବ୍ୟତୀତ ଲେହେଙ୍ଗା ସହ କ୍ରପ୍‌ ଟପ୍‌କୁ ଷ୍ଟାଇଲ୍‌ କରି ପିନ୍ଧନ୍ତୁ । କ୍ରପ୍‌ ଟପ୍‌ ଆପଣଙ୍କୁ େୱଷ୍ଟର୍ନ ଲୁକ୍‌ ପ୍ରଦାନ କରୁଥିବା ବେଳେ ଲେହେଙ୍ଗା ଏଥିନିକ୍‌ ଲୁକ୍‌ ଦେବ ।

Comments are closed.