ଷ୍ଟାଇଲିସ୍ ଦେଖାଯିବା ପାଇଁ ଜରୁରୀ ନୁହେଁ କି ଆପଣ କେବଳ ଦାମୀ ଡିଜାଇନର ଆଉଟଫିଟ୍ ହିଁ କ୍ରୟ କରିବେ । ଟ୍ରେଣ୍ଡିଂ ଫ୍ୟାଶନେବୁଲ୍ ଗେଟ୍ ଅପ୍ ପାଇଁ ଆପଣାନ୍ତୁ କୋଲ୍ଡ ଶୋଲ୍ଡର । ଅଫ୍ ଶୋଲ୍ଡର ଆଉଟଫିଟ୍ର ସ୍ଥାନ ନେଇଛି କୋଲ୍ଡ ଶୋଲ୍ଡର । ଏହାର ବିଶେଷତ୍ୱ ହେଇଛି କାଜୁଆଲଠାରୁ ଆରମ୍ଭ କରି ପାର୍ଟି ୱିୟର ପର୍ଯ୍ୟନ୍ତ କୋଲ୍ଡ ଶୋଲ୍ଡର ଟ୍ରେଣ୍ଡ୍ କ୍ୟାରି କରିପାରିବେ । ଷ୍ଟାଇଲିସ୍, ମର୍ଡନ ଓ ଏଲିଗାଣ୍ଟ୍ରେ ଭରପୂର ରହିଛି ଏହି ଆଉଟ୍ଫିଟ୍ ।
ଚୋକର୍ ନେକ୍ ଟପ୍-
ସାଧାସିଧା ଲୁକ୍କୁ ଏକ ଷ୍ଟାଇଲିସ୍ ଲୁକ୍ ପ୍ରଦାନ କରିବାକୁ ଚାହୁଁଥିଲେ କୋଲ୍ଡ ଶୋଲ୍ଡର ଆଉଟଫିଟ୍ର ଚୋକର୍ ନେକ୍ ଡିଜାଇନ ଚୟନ କରିପାରିବେ । ଏହା ସ୍ଲିମ୍ ଫିଟ୍ ହେବା ସହ ଆପଣ ନିତିଦିନିଆ ପୋଷାକରେ ସାମିଲ କରିପାରିବେ । ଡେନିମ୍ ଶର୍ଟ ସହ ଏହା ପରଫେକ୍ଟ ମ୍ୟାଚ୍ ହୋଇଥାଏ । ଏହାସହ ଆସେସୋରିଜ ଭାବେ ଆପଣ ସ୍ନିକର, ସନଗ୍ଲାସ ଏବଂ ଲେଦର୍ ବ୍ୟାଗ୍ ସାମିଲ କରିପାରିବେ ।
ଏ ଲାଇନ୍ ଟପ୍-
ଆଜିକାଲିର ଫ୍ୟାଶନ ମାର୍କେଟରେ ଏ-ଲାଇନ କୋଲ୍ଡ ଶୋଲ୍ଡର ଟପ୍ର ଚାହିଦା ଢେର ଅଧିକ । ପାର୍ଟିରେ ଏଲିଗାଣ୍ଟ ଲୁକ୍ ପାଇବାକୁ ଚାହୁଁଥିଲେ ଏପ୍ରକାର ଆଉଟ୍ଫିଟ୍ ପିନ୍ଧିପାରିବେ । ବଟମ୍ ୱିୟର ଭାବେ ଟାଉଜର୍ ଏବଂ ଆସେସୋରିଜ ରୂପେ ହାଇହିଲ୍ ପିନ୍ଧିପାରିବେ ।
କୋଲ୍ଡ ଶୋଲ୍ଡର ପେପ୍ଲମ୍ ଟପ୍-
ଭର୍ସାଟାଇଲ୍ ମ୍ୟାନର୍ ପାଇଁ ଏପ୍ରକାର ଟପ୍ ଏକ ସ୍ୱତନ୍ତ୍ର ଲୁକ୍ ପ୍ରଦାନ କରିଥାଏ । ଏଲିଟ୍, ଏଲିଗାଣ୍ଟ ଏହି ଟପ୍ ପାଇଁ ଏକଦମ୍ ପ୍ରଯୁଜ୍ୟ । ସ୍ପେସାଲ ଡିନର୍ ଏବଂ ଆଉଟିଂ ପାଇଁ ଏହାକୁ ଷ୍ଟାଇଲ୍ କରିପାରିବେ । ମେଟାଲିକ୍ ଆସେସୋରିଜ୍ ଏହାକୁ ଭଲ ମାନିଥାଏ ।
ଏମ୍ବ୍ରୋଡୋରୀ ଟପ୍-
ସିମ୍ପଲ୍ ଡେନିମ୍ ଏବଂ ଟ୍ରାଉଜରକୁ ଷ୍ଟାଇଲିସ୍ କରିବା ପାଇଁ ଏମ୍ବ୍ରୋଡୋରୀର୍ ଡିଜାଇନର କୋଲ୍ଡ ଶୋଲ୍ଡର ଟପ୍ ପିନ୍ଧନ୍ତୁ । ଦେଖିବେ ଏଥିରେ ଆପଣ ଆକର୍ଷଣୀୟ ଦେଖାଯିବେ ।
କୋଲ୍ଡ ଶୋଲ୍ଡର ହାଇ ଲୋ ଟପ୍-
ପ୍ରଫେସନାଲ୍ ଲୁକ୍ରେ ଟ୍ୱିଷ୍ଟ ଆଣିବା ପାଇଁ ଏହିପରି ଟପ୍ ପିନ୍ଧନ୍ତୁ । ସ୍କର୍ଟ ସହ ଏହାକୁ ଟ୍ରାଏ କରିପାରିବେ ଏବଂ ପପ୍ ହିଲ୍, ଫର୍ମାଲ ବ୍ୟାଗ୍ ସହ ପରଫେକଫ ଟଚ୍ ଦେଇପାରିବେ ।
କି ହୋଲ୍ କୋଲ୍ଡ ଶୋଲ୍ଡର କ୍ରେପେ ଟପ୍-
ଏହି ଟ୍ରେଣ୍ଡିଂ ଆଉଟଫିଟ୍ର ସିମ୍ପଲ୍ ଏବଂ କାଜୁଆଲ ଟପ୍ ହେଉଛି କି ହୋଲ୍ ଡିଜାଇନ । େୱଷ୍ଟର୍ନ ଲୁକ୍କୁ ସଠିକ୍ ଭାବେ ଦର୍ଶାଇବା ପାଇଁ ଏହାକୁ ପିନ୍ଧନ୍ତୁ । ଧ୍ୟାନ ରଖନ୍ତୁ ସାଧାସିଧା ଷ୍ଟାଇଲ ହିଁ ଏହାକୁ ଆହୁରି ଅଧିକ ଆକର୍ଷଣୀୟ କରିଥାଏ ।
ଚେକ୍ କୋଲ୍ଡ ଶୋଲ୍ଡର ୱାର୍ପ ଟପ୍-
ଚେକ୍ ଡିଜାଇନ କେବେ ବି ପୁରୁଣା ହୋଇନଥାଏ । େୱଷ୍ଟର୍ନ ଲୁକ୍ରେ ଏହି ଷ୍ଟାଇଲ୍ କେବେ ବି ଅଡ୍ ଲୁକ୍ ପ୍ରଦାନ କରିନଥାଏ । କହିବାକୁ ଗଲେ ଏଥିରେ ଆପଣ କୁ୍ୟଟ୍ ଏବଂ ଲଭଲି ଲୁକ୍ ପାଇପାରିବେ ।
ୱାନ୍ ସାଇଡ୍ ଟପ୍-
ଫ୍ୟାଶନର ଷ୍ଟେଟ୍ମେଣ୍ଟ୍ ଲୁକ୍ ପାଇଁ ଏହା ଏକଦମ ପରଫେକଫ ଚୟସ୍ । ନାଇଟ୍ ପାର୍ଟି କିମ୍ବା ଫଙ୍କସନ୍ ଏହାକୁ ଟ୍ରାଏ କରିପାରିବେ । ଡେନିମ୍ ଶର୍ଟ କିମ୍ବା ସ୍କର୍ଟରେ ଏହାକୁ ପିନ୍ଧନ୍ତୁ ।
ରଫଲ୍ ସ୍ଲିଭସ୍-
ମର୍ଡନ େୱଷ୍ଟର୍ନ ଲୁକ୍ ପାଇଁ ମଲଫିକଲର୍ର ଏହି ରଫଲ୍ ସ୍ଲିଭସ୍ କୋଲ୍ଡ ଶୋଲ୍ଡର ଟପ୍ ପିନ୍ଧିପାରିବେ । ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଏହା ସାହାଯ୍ୟ କରିଥାଏ ।
ଟୁ୍ୟନିକ୍ ଟପ୍-
ମର୍ଡନ ସହ ଏଥିନିକ୍ ଲୁକ୍ ପାଇଁ ଭି ନେକ୍ କୋଲ୍ଡ ଶୋଲ୍ଡର ଟୁ୍ୟନିକ୍ ଟପ୍ କ୍ୟାରି କରିପାରିବେ । ପ୍ଲାଜୋ ସହ ଏହା ଭଲ ମାନିଥାଏ । ଉତ୍ସବ କିମ୍ବା ପର୍ବପର୍ବାଣୀରେ ଏହାକୁ ପିନ୍ଧିପାରିବେ । ଫ୍ଲାଟ୍ ଜୁଏଲାରୀ ଏଥିରେ ଗ୍ଲାମର ଭରିବ ।
Comments are closed.