କଂଗ୍ରେସରୁ ବହିଷ୍କୃତ ହେଲେ ପ୍ରଫୁଲ୍ଲ ମାଝୀ: ବିଜେଡିରେ ଯୋଗ ଦେବେ
ଦଳରୁ ବିଦା ହେଲା ପରେ ପ୍ରତିକ୍ରିୟାରେ ପ୍ରଫୁଲ୍ଲ କହିଲେ ମୁଣ୍ଡବିହୀନ କଂଗ୍ରେସ ଦଳ
ଭୁବନେଶ୍ୱର: ଡିସେମ୍ବେର ୦୬: ବିଶୃଙ୍ଖଳିତ ଆଚରଣ ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀଙ୍କୁ କଂଗ୍ରେସରୁ ବହିଷ୍କୃତ କରାଯାଇଛି । ଏନେଇ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର ସୂଚନା ଦେଇଛନ୍ତି । ଦଳ ଛାଡ଼ିବା ପରେ ସେ ବିଜେଡିରେ ଯୋଗ ବୋଲି ସୂଚନା ମିଳିଛି । ସେ ଚଳିତ ମାସ ୧୦ ତାରିଖରେ ବିଜେଡିରେ ଯୋଗ ଦେବେ । ତେବେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ କଂଗ୍ରେସ ଛାଡ଼ି ପାରନ୍ତି ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା । ହେଲେ ସେ କଂଗ୍ରେସ ଛାଡ଼ିବା ପୂର୍ବରୁ ହିଁ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଛି ।
ଦଳରେ ତାଙ୍କୁ ପ୍ରତାରଣା ଓ ଅବହେଳା କରାଯାଇଛି ବୋଲି ଦଳରୁ ବାହାରିବା ପରେ ପ୍ରଫୁଲ୍ଲ ପ୍ରତିକ୍ରିୟାରେ କହିଛନ୍ତି । ସେ କହିଛନ୍ତି, ତାଙ୍କ ପରିବାର ୬୦ ବର୍ଷରୁ ଅଧିକ ବର୍ଷ ହେଲାଣି କଂଗ୍ରେସ ସହ ରହିଛି । କି;ୁ ଏବେ ତାଙ୍କୁ ଅଣଦେଖା କରାଯାଉଛି । କଂଗ୍ରେସ ଏକ ମୁଣ୍ଡବିହୀନ ଦଳ ।
ସୂଚନାଥାଉ ଯେ , ଗତ ଅକେଫାବର ୨୨ରେ ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ସେ ନଭେମ୍ବର ୬ରେ ବିଜେଡିରେ ଯୋଗ ଦେଇଥିଲେ । ତାଙ୍କ ପରେ ବରିଷ୍ଠ ନେତା ପ୍ରଫୁଲ୍ଲ ମାଝୀ ଦଳ ଛାଡ଼ି ବିଜେଡିରେ ଯୋଗ ଦେବେ ।
Comments are closed.