ନାରୀ ନିର୍ଯ୍ୟାତନା ପ୍ରସଙ୍ଗ,ଗୃହରେ ହୁଇସିଲ ମାରି ପ୍ରତିବାଦ କଲା କଂଗ୍ରେସ

0

ଭୁବନେଶ୍ୱର : ଆଜି ମଧ୍ୟ ଠିକ ଭାବରେ ଚାଲିପାରିଲା ନାହିଁ ଗୃହ କାର୍ଯ୍ୟ ଇ ପ୍ରଶ୍ନ କାଳ ସମୟରେ ନାରୀ ନିର୍ଯ୍ୟାତନା ପ୍ରସଙ୍ଗକୁ ନେଇ ହୁଇସିଲ ମାରି ପ୍ରତିବାଦ କରିଥିଲା କଂଗ୍ରେସ । ପ୍ରଶ୍ନକାଳରେ ମନ୍ତ୍ରୀ ଉତ୍ତର ରଖୁଥିବା ବେଳେ କଂଗ୍ରେସ ସଦସ୍ୟମାନେ ହୁଇସିଲ ବଜାଇ ପ୍ରତିବାଦ ଜଣାଇଥିଲେ । ହୁଇସିଲ ବଜାଇବାରୁ ବିରତ ରହିବାକୁ ବାଚସ୍ପତି ସୁରମା ପାଢ଼ୀ ନିବେଦନ କରିଥିଲେ । ତେବେ କଂଗ୍ରେସ ବିଧାୟକମାନେ ଏଥିରୁ ନିବୃତ୍ତ ରହିନଥିଲେ । ନାରୀ ସୁରକ୍ଷା ପ୍ରସଙ୍ଗରେ ହଟ୍ଟଗୋଳ କରିବା ସହ ଏହି ପ୍ରସଙ୍ଗରେ ଗୃହ କମିଟି ଗଠନ ପାଇଁ ଦାବି ଜଣାଇଥିଲେ । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହ କାର୍ଯ୍ୟ ସମ୍ଭବ ହୋଇନଥିଲା । ତେଣୁ ବାଚସ୍ପତି ଗୃହକୁ ଦିନ ୧୨ଟା ଯାଏ ମୁଲତବୀ ରଖିଛନ୍ତି ।

ଆଜି ବିଧାନସଭା ଆରମ୍ଭରେ ସୋନପୁରର ପୂର୍ବତନ ବିଧାୟକ ଦେବରାଜ ସେଠଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା । ଶୋକ ପ୍ରସ୍ତାବ ଆଗତ କରିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହାପରେ ପ୍ରଶ୍ନକାଳରେ ବିରୋଧୀ କଂଗ୍ରେସ ବିଧାୟକମାନେ ହୁଇସିଲ ବଜାଇବାରୁ ବିଧାନସଭାକୁ ଦିନ ୧୨ଟା ଯାଏ ମୁତଲବୀ ରଖାଯାଇଛି । ଏସବୁ ପରେ ମଧ୍ୟ କଂଗ୍ରେସ ସଦସ୍ୟ ମାନେ ଗାନ୍ଧୀପ୍ରତିମୂର୍ତ୍ତି ତଳେ ପ୍ରତିବାଦରେ ବସିରହିଛନ୍ତି I

Leave A Reply

Your email address will not be published.