ନୂଆଦିଲ୍ଲୀ: ମାର୍ଟ୍ଟ ୧୪: ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ତେବେ ବୈଠକରେ ନିଷ୍ପତ୍ତି ହୋଇଛି ଯେ, ପାର୍ଟି ସୋନିଆ ଗାନ୍ଧୀଙ୍କ ନେତୃତ୍ଵରେ ଆଗକୁ ବଢିବ। ସମସ୍ତେ ଏକ ସଙ୍ଗେ ସୋନିଆ ଗାନ୍ଧୀଙ୍କ ନେତୃତ୍ଵରେ ପାର୍ଟିକୁ ଆଗକୁ ନେବା ପାଇଁ ସହମତି ପ୍ରକାଶ କରିଛନ୍ତି। ଏହା ବ୍ୟତୀତ ଆମକୁ ସୋନିଆ ଗାନ୍ଧୀଙ୍କ ନେତୃତ୍ଵ ଉପରେ ଭରସା ରହିଛି ବୋଲି କହିଛନ୍ତି କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ। ସିଡବ୍ଲ୍ୟୁସିର ବୈଠକରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ କହିଛନ୍ତି, କିଛି ଲୋକଙ୍କୁ ଲାଗୁଛି ଯେ ଗାନ୍ଧୀ ପରିବାର କାରଣରୁ ହିଁ ପାର୍ଟି ଦୁର୍ବଳ ହେଉଛି। ଯଦି ଆପଣମାନଙ୍କୁ ଏମିତି ଲାଗୁଛି ତେବେ ମୁଁ ପଦ ତ୍ୟାଗ କରିବାକୁ ପ୍ରସ୍ତୁତ। ସେ କହିଛନ୍ତି, କଂଗ୍ରେସକୁ କେମିତି ମଜବୁତ କରାଯିବ ତାହା ଆମର ପ୍ରଥମ ଉଦ୍ଦେଶ୍ୟ । ତେଣୁ ପରାଜୟ ପାଇଁ ନିଜନିଜ ଭିତରେ କଳହ ନକରି କେମିତି ପୁଣି ନିର୍ବାଚନାରେ ବାଜିମାତ କରାଯିବ, ତାରି ଉପରେ ସମସ୍ତଙ୍କ ନଜର ରହିବା ଜରୁରୀ।