ମୁମ୍ବାଇ: ଠକ ସୁକେଶ ଚନ୍ଦ୍ରଶେଖର ୨୦୦ କୋଟି ବଟି ଆଦାୟ ମାମଲାକୁ ନେଇ ଏବେ ଜେଲରେ ଅଛନ୍ତି । ତାଙ୍କ ସହ ସମ୍ପର୍କ ଥିବାରୁ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଛନ୍ତି । ନିକଟରେ ଦିଲ୍ଲୀ ପୁଲିସର ର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଜାକଲିନଙ୍କୁ ପଚରାଉଚରା କରିଛି । ତେବେ ସୁକେଶ ଏବଂ ଜ୍ୟାକଲିନ୍ଙ୍କ ମଧ୍ୟରେ ମଧ୍ୟସ୍ଥତା କରିବା ତଥା ବେଆଇନ୍ ଅର୍ଥ କାରବାରରେ ଲିପ୍ତ ଥିବା ଅଭିଯୋଗରେ ପିଙ୍କି ଇରାନୀ ନାମକ ଜଣେ ଯୁବତୀଙ୍କୁ ଦିଲ୍ଲୀର ଅର୍ଥନୈତିକ ଅପରାଧ ଶାଖା ଆଜି ଗିରଫ କରିଛି ।
କନ୍ମ୍ୟାନ୍’ ସୁକେଶ ଚନ୍ଦ୍ରଶେଖର ଓ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ମଧ୍ୟରେ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ପିଙ୍କି ସମ୍ପୃକ୍ତ ଥିବା ଅର୍ଥନୈତିକ ଅପରାଧ ଶାଖା ପ୍ରମାଣ ପାଇଛି । ଅନେକ ପ୍ରମାଣ ମିଳିବା ପରେ ପିଙ୍କିଙ୍କୁ ଆଜି ଇଡି ଗିରଫ କରିଛି । ପୁଲିସ ତାଙ୍କୁ ୩ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବାକୁ ଯୋଜନା କରାଉଛି । ସୂଚନାଯୋଗ୍ୟ, ସୁକେଶ ଚନ୍ଦ୍ରଶେଖର ୨୧୫ କୋଟି ଟଙ୍କା ବଳ ପୂର୍ବକ ଆଦାୟ କରିଥିବା ଅଭିଯୋଗ ହୋଇଥିଲା ।
ମାମଲାର ଅନୁସନ୍ଧାନରୁ ଜଣାପଡିଛି ଯେ, ସୁକେଶ ଜ୍ୟାକଲିନଙ୍କୁ ଅନେକ ମହଙ୍ଗା ଉପହାର ଦେଇଛନ୍ତି । ଏହା ପରେ ଇଡି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୭ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ମଧ୍ୟ ଜବତ କରିଛି । ଚାର୍ଜସିଟରେ ଏହା ମଧ୍ୟ ଲେଖାଅଛି ଯେ, ସୁକେଶ ଚନ୍ଦ୍ରଶେଖରଙ୍କ ସହଯୋଗୀ ପିଙ୍କି ଇରାନୀ ସୁକେଶଙ୍କୁ ଜ୍ୟାକଲିନଙ୍କ ସହ ଭେଟ କରାଇଥିଲେ । ଏବଂ ସୁକେଶ ପିଙ୍କି ଇରାନୀଙ୍କ ମାଧ୍ୟମରେ ଜ୍ୟାକଲିନଙ୍କୁ ମହଙ୍ଗା ଉପହାର ଏବଂ ନଗଦ ଟଙ୍କା ଦେଉଥିଲେ ।
Comments are closed.