ମହଙ୍ଗା ହେଲା ରନ୍ଧନ ଗ୍ୟାସ

0

ନୂଆଦିଲ୍ଲୀ: ହାଣ୍ଡିଶାଳରେ ମହଙ୍ଗାମାଡ଼ । ବୃଦ୍ଧିପାଇଲା ରନ୍ଧନ ଗ୍ୟାସ ମୂଲ୍ୟ । ପ୍ରତି ଏଲପିଜି ଗ୍ୟାସ ସିଲିଣ୍ଡର ଦାମ୍ ୫୦ ଟଙ୍କା ବଢିଛି । ଉଭୟ ଉଜ୍ଜ୍ଵଳା ଯୋଜନା ଉପଭୋକ୍ତା ଏବଂ ଅଣ ଉଜ୍ଜ୍ଵଳା ଉପଭୋକ୍ତାଙ୍କ ଉପରେ ଲାଗୁହେବ ଏହି ଦର । ଏଣିକି ସାଧାରଣ ଘରୋଇ ସିଲିଣ୍ଡର ୮୨୯ ଟଙ୍କା ବଦଳରେ ୮୭୯ ଟଙ୍କାରେ ମିଳିବ । ସେହିପରି ଉଜ୍ୱଳା ଉପଭୋକ୍ତା ୫୦୦ ଟଙ୍କାରେ ସିଲିଣ୍ଡର କିଣୁଥିବା ବେଳେ ସେମାନଙ୍କୁ ଏବେ ୫୫୦ ଟଙ୍କା ଦେବାକୁ ପଡ଼ିବ ।

୨-୩ ସପ୍ତାହ କିମ୍ବା ୧ ମାସ ଭିତରେ ପୁଣି ଏଲପିଜି ଗ୍ୟାସ ଦରକୁ ନେଇ ରିଭ୍ୟୁ କରାଯିବ ବୋଲି ସୂଚନା ଦେଇଛନ୍ତି ୟୁନିୟନ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ ।

ଅନ୍ୟପଟେ ଆଜି ପେଟ୍ରୋଲ ଓ ଡିଜେଲ୍‌ ଦର ସ୍ଥିର ରହିଛି । ଏକ୍ସାଇଜ ଡ୍ୟୁଟି ବୃଦ୍ଧି ପରେ ମଧ୍ୟ ବଢିବନି ପେଟ୍ରୋଲ ଓ ଡିଜେଲ୍‌ ଦାମ୍‌ । ଏନେଇ ପେଟ୍ରୋଲିୟମ ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି । ତେବେ ପୂର୍ବରୁ ଏକ୍ସାଇଜ ଡ୍ୟୁଟି ବୃଦ୍ଧି ପରେ ପେଟ୍ରୋଲ ଓ ଡିଜେଲ୍‌ ବଢିବା ଆଶଙ୍କା କରାଯାଉଥିଲା ।

 

Leave A Reply

Your email address will not be published.