ଯଦି ଚାଉଳ ବଢ଼ିଯାଇଛି, ତେବେ ସେଥିରେ ସୁଜି, ଲୁଣ, ଖଟା, ଦହି ଓ ଗରମ ପାଣି ମିଶାଇ ଇଡ଼୍ଲି ତିଆରି କରନ୍ତୁ ।
– ଜଳିଯାଇଥିବା ଚାଉଳରେ ଧଳା ତୈଳ, ଧନିଆ, ଜିରା, ଚିନି, ଲାଲ ଲଙ୍କା ପାଉଡ଼ର, ହଳଦୀ ପାଉଡ଼ର, ବେସନ ଓ ଲୁଣ ମିଶାଇ ପକୁଡ଼ି କରନ୍ତୁ ।
– ଯଦି ସିଝା ନୁଡ଼ଲ୍ସ ବଳିଯାଇଛି ତେବେ ସଫା ପାଣିରେ ଧୋଇ ଛାଣି ସେଥିରେ ପରିବା ମିଶାଇ କଟଲେଟ ତିିଆରି କରିପାରିବେ ।
– ରାତିର ଡାଲି ବଳିଯାଇଥିଲେ ସେଥିରୁ ପାଣି ବାହାର କରି ସେଥିରେ ଅଟା, ମସଲା, ଲୁଣ ପରଠା କରନ୍ତୁ, ଦେଖିବେ କେତେ ସୁଆଦିଆ ହେଉଛି ।
– ବାସିରୁଟି ଥିଲେ ତାକୁ ନଫିଙ୍ଗି ଗରମ ତେଲରେ ସେକି ଉପରେ ଗରମ ମସଲା ଓ ଦହି ଢ଼ାଳନ୍ତୁ । ଖାଆନ୍ତୁ ଗରମାଗରମ ଜଳଖିଆ ।
– ଯଦି ବହୁତ ମିଠା ବଳିଯାଇଛି ଓ ଖରାପ ହେବାର ଆଶଙ୍କା ରହିଛି, ତେବେ ସବୁକୁ ମିଶାଇ ଦିଅନ୍ତୁ ଓ ଘିଅରେ କିଛି ସମୟ ଭାଜନ୍ତୁ । ତାକୁ ମିଠା ପୁରିରେ ବ୍ୟବହାର କରିପାରିବେ ।
– ମୁଗଡ଼ାଲି ମିଶ୍ରଣରେ ଯଦି ୧ ପୂରାଚାମଚ ଚାଉଳ ଅଟା ମିଶାଇ ଦିଅନ୍ତି, ତେବେ ମୁଗର ‘ଚିଲେ କରାରେ’ ହୋଇଯିବ ।
– ଦହିକୁ ଗାଢ଼ ରଖି ଜମାଇବା ପାଇଁ କ୍ଷୀରରେ ମକାର କିଛି ଦାନା ପକାଇ ଦିଅନ୍ତୁ ।
– ଆଳୁକୁ ଯଦି କୁର୍କୁରେ କରିବାର ଅଛି, ତେବେ ତା ଉପରେ କିଛି ପରିମାଣର ଅଟା ଗୋଳାଇ ଦିଅନ୍ତୁ ଦେଖିବେ କେମିତି ଭଲ ହେବ ।
– ଅଣ୍ଡା ଭୁଜିଆ ବନାଇବା ସମୟରେ ସେଥିରେ କଟା ପାଳଙ୍ଗ ପକାନ୍ତୁ, ତାହା ଅଧିକ ସ୍ୱାଦିଷ୍ଟ ହେବ ।
– ଯଦି ବହୁଦିନ ଧରି ଫ୍ରିଜରେ ଲଡୁ ରଖିଛନ୍ତୁ, ତାହେଲେ ପରଷିବା ପୂର୍ବରୁ ତାକୁ ୧୫-୨୦ ସେକେଣ୍ଡ ପର୍ଯ୍ୟନ୍ତ ମାଇକ୍ରୋେୱଭ୍ରେ ରଖି ଦିଅନ୍ତୁ । ଏହାଦ୍ୱାରା କେବଳ ଲଡ଼ୁ ନରମ ହେବନାହିଁ, ତାଜା ମଧ୍ୟ ଦେଖାଯିବ ।
– ଦେଶୀ ଘିଅକୁ ଅଧିକ ସମୟ ପର୍ଯ୍ୟନ୍ତ ତାଜା ରଖିବା ପାଇଁ ସେଥିରେ କିଛି ଗୁଡ଼ ଓ ସୈନ୍ଧବ ଲବଣ ରଖନ୍ତୁ ।
– ପୁରି ତିଆରି କରାଯାଉଥିବା ଅଟାରେ କିଛି ଚାଉଳ ଅଟା ମିଶାଇ ଦିଆଯାଏ, ତେବେ ପୁରି ବଢ଼ିଆ ହୋଇଥାଏ ।
– ରସୁଣ, ଅଦା ଓ ଲାଲ ଲଙ୍କାର ପେଷ୍ଟ ଯଦି ବେଶିଦିନ ପର୍ଯ୍ୟନ୍ତ ରଖିବାକୁ ଚାହୁଁଥାନ୍ତି, ତେବେ ତାକୁ ତିଆରି କରିବା ସମୟରେ ସେଥିରେ କିଛି ଲୁଣ ଓ ଅଳ୍ପ ଗରମ ତେଲ ମିଶାଇ ଫ୍ରିଜ୍ରେ ରଖନ୍ତୁ ।
– ଯଦି ରାତିରେ ଚଣା ବତୁରାଇବାକୁ ଭୁଲିଯାଇଛନ୍ତି, ତେବେ ଚିନ୍ତା ନାହିଁ । ତାକ
୧ଘଣ୍ଟା ପାଣିରେ ଭିଜାଇ ଦିଅନ୍ତୁ ଏବଂ ରାନ୍ଧିବା ସମୟରେ କୁକର୍ରେ ଦୁଇଟି ସୁପାରି ପକାଇ ଦିଅନ୍ତୁ । ଦେଖିବେ ତାହା ଖୁବ୍ ଶୀଘ୍ର ସିଝିଯିବ ।
– ମେଥି ପରଟା କରିବା ପାଇଁ ଅଟା ଚକଟିବା ସମୟରେ ସେଥିରେ ୧ କପ୍ ଦହି ଓ ଅଧା କପ୍ ଘିଅ ମିଶାଇ ଗରମ ପାଣି ଛିଟା ଦିଅନ୍ତୁ । ପରଟା ସ୍ୱାଦିଷ୍ଟ ହେବାସହ କୋମଳ ହେବ ।
Comments are closed.