ଭୁବନେଶ୍ୱର : ଡିସେମ୍ବର ୧୦: ମମିତା ହତ୍ୟାକାଣ୍ଡ ମାମଲାକୁ ଦିନକୁ ଦିନ ଉଗ୍ର ରୂପ ନେବାରେ ଲାଗିଛି । ବିଧାନସଭା ଗୃହ ସହିତ ରାଜରାସ୍ତାରେ ବିରୋଧୀ ଦଳମାନେ ବିକ୍ଷୋଭ ପଦର୍ଶନ କରୁଛନ୍ତି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଗତକାଲି ଯୁବ ବିଜେପି ପକ୍ଷରୁ ଆନ୍ଦୋଳନ କରାଯାଇଥିଲା ବେଳେ ଆଜି ଛାତ୍ର କଂଗ୍ରେସ ପକ୍ଷରୁ ଆନ୍ଦୋଳନ ହୋଇଛି । କଂଗ୍ରେସର ଶତାଧୀକ କର୍ମୀ ଓ ଛାତ୍ର ନେତା ମିଳିତ ଭାବେ ବିଧାନସଭା ଆଡ଼କୁ ମୁହାଁଇଥିଲା ବେଳେ ସେମାନେ ପୋଲିସର ବଳକୁ ସାମ୍ନା କରିଛନ୍ତି । ପୋଲିସ ଛାତ୍ର ନେତାଙ୍କୁ ବଳପୂର୍ବକ ଅଟକାଇବା ସହିତ ଗୋଡ଼ାଇ ଗୋଡ଼ାଇ ନିସ୍ତୁକ ପିଟିଛି ।
ଏହିପରିକିପୋଲିସ କଂଗ୍ରେସ ଭବନ ଭିତରେ ପଶିକି କର୍ମଚାରୀ ଓ ଛାତ୍ରଙ୍କ ନିସ୍ତୁକ ପିଟିଛି । ଏଥିରେ ବହୁ ଛାତ୍ର କର୍ମୀ ଆହତ ହୋଇଛନ୍ତି । କେତେକ କର୍ମୀଙ୍କ ମୁଣ୍ଡ ଫାଟିଯାଇଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଏହି ଘଟଣାକୁ ପ୍ରତିବାଦ କରି କଂଗ୍ରେସ କର୍ମୀ ମାଷ୍ଟର କ୍ୟାଣ୍ଟିନଠାରେ ରାସ୍ତା ଅବରୋଧ କରିଛନ୍ତି ।
ମମିତାଙ୍କୁ ନ୍ୟାୟ ଦେବା ଏବଂ ମନ୍ତ୍ରୀଙ୍କ ବହିଷ୍କାର ନିମନ୍ତେ ଆଜି ଛାତ୍ର କଂଗ୍ରେସ ଆନ୍ଦୋଳନର ଡାକରା ଦେଇଥିଲେ । ଶତାଧୀକ ସଂଖ୍ୟାରେ ଛାତ୍ର ଓ କଂଗ୍ରେସ କର୍ମୀ ରାଜରାସ୍ତାକୁ ଓହ୍ଲାଇ ବିଧାନସଭା ମୁହାଁ ହୋଇଥିଲେ । ସେମାନେ ବିଧାନସଭା ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରି ସୁରକ୍ଷା ବଳୟ ଟପି ବିଧାନସଭା ମୁଖ୍ୟ ଫାଟକ ଯାଏ ଚାଲି ଚାଲି ଯାଇଥିଲେ ।
ଏହାପରେ ପୋଲିସ ନିଜର ବଳ ପଦର୍ଶନ କରିଥିଲା । ପୋାଲିସର ବଳ ପଦ ର୍ଶନକୁ ଦେଖି ଛାତ୍ର କଂଗ୍ରେସ ଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ । ଏହାସହିତ ପୋଲିସର କେତେକ ଗାଡ଼ିରେ ନିଆଁ ଲାଗାଇ ଦେଇଥିଲେ । ପୋଲିସର ଦମନଲୀଳାରେ ବହୁ କଂଗ୍ରେସ କର୍ମୀ ଆହତ ହୋଇଥିବା ଅଭିଯୋଗ ହୋଇଛି । ଏପରିକି ମହିଳା ଓ ଛାତ୍ରୀ କଂଗ୍ରେସ କର୍ମୀଙ୍କ ଉପରେ ମଧ୍ୟ ଲାଠି ମାଡ଼ ହୋଇଛି ।
ପୋଲିସ କିଛି କର୍ମୀଙ୍କୁ ମଧ୍ୟ ଗିରଫ କରିଛନ୍ତି ।
Comments are closed.