କମିଲା କୋର୍ବେଭାକ୍ସ ଟିକାର ଦାମ୍‌

ଭୁବନେଶ୍ୱର: ମଇ ୧୭: ୨୫୦ ଟଙ୍କାକୁ ଖସିଲା କୋର୍ବେଭାକ୍ସ ଟିକା ଦାମ । କୋର୍ବେଭାକ୍ସ ର୍ନିମାତା କମ୍ପାନୀ ବାୟୋଲୋଜିକାଲ-ଇ ଏହାର ଦର କମାଇଛି । ପୂର୍ବରୁ ଏହାର ଦାମ୍‌ ୮୪୦ ଟଙ୍କା ଥିବାବେଳେ ଏବେ ଏହାକୁ ୨୫୦ ଟଙ୍କା କରାଯାଇଛି । ତେବେ ଅନ୍ୟାନ୍ୟ ସବୁ ଚାର୍ଜର୍କୁ ମିଶାଇ ଡୋଜ୍‌ ପିଛା ଦର ୪୦୦ ଟଙ୍କା ହେବ । ବାୟୋଲୋଜିକାଲ-ଇ ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋର୍ବେଭାକ୍ସ କିଶୋରଙ୍କ ପାଇଁ ଉଦ୍ଦିଷ୍ଟ । ଅନ୍ୟପଟେ ରାଜ୍ୟରେ ଦୈନିକ କୋଭିଡ୍‌ ସଂକ୍ରମଣ ଶହେ ତଳେ ଥିଲେ ବି ରାୟଗଡ଼ାରେ ଚିନ୍ତା ବଢିଛି । ଗତ ସପ୍ତାହରେ ରାୟଗଡ଼ା ଜିଲ୍ଲାରେ ୬୪ ଜଣ ସ୍କୁଲ୍‌ ଛାତ୍ର ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଟେଷ୍ଟିଙ୍ଗ ବେଳେ ୬୪ ଜଣ ଛାତ୍ର କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ଗତ ୪ ତାରିଖରେ ସ୍ୱାସ୍ଥ୍ୟ ବିଭାଗର ଟିମ୍‌ ପକ୍ଷରୁ କୋଟଲାଗୁଡା ସ୍ଥିତ ବ୍ଳକ-୧ ହଷ୍ଟେଲରେ ରହୁଥିବା ୨୫୭ ଜଣ ପିଲାଙ୍କ କୋଭିଡ୍‌ ଟେଷ୍ଟ କରାଯାଇଥିଲା । ଏଥିରେ ୪୪ ଜଣ ଛାତ୍ର ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ସେହିପରି ବିଷମକଟକ ବ୍ଳକ ହାଟମୁନିଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ୨୦ ଜଣ ଛାତ୍ର ପଜିଟିଭ ଚିହ୍ନଟ ହୋଇଥିଲେ । ତେବେ ଏହି ସଂଖ୍ୟାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି ।

Comments are closed.