କଲମପୁର ବ୍ଲକ ମହିଳା ମହାସଂଘ ତରଫରୁ କୋରୋନା ଯୋଦ୍ଧା ଙ୍କୁ ସମ୍ମାନ ଜିଲ୍ଲା By Samaya Live Last updated May 1, 2020 Share ସମୟ ଲାଇଭ,୧/୫(ଶଙ୍କର୍ଷଣ ବେହେରା ): କରୋନା ଯୁଦ୍ଧରେ ଯୋଦ୍ଧା ସାଜି ଭୁତାଣୁ ସଂକ୍ରମଣରୁ ଜନସମାଜକୁ ସୁସ୍ଥ ରଖିବାପାଇଁ ନିଜ ପରିବାରଠାରୁ ଦୂରରେ ରହି ନିଜକୁ ସମର୍ପଣ କରି ପୋଲିସ ପ୍ରଶାସନ, ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ବ୍ଲକ ପ୍ରଶାସନ, ତହସିଲଦାର, ତଥା ସ୍ଵାସ୍ଥ ବିଭାଗୀୟ ଅଧିକାରୀ କର୍ମଚାରୀମାନେ ଲୋକଙ୍କୁ ସଚେତନ କରିଚାଲିଛନ୍ତି | ସେହି ଯୋଦ୍ଧା ମାନଙ୍କ ତ୍ୟାଗ ତଥା ମହାନ କାର୍ଯ୍ୟପାଇଁ ଆଜି ଜନ ଜୀବନ ସୁରକ୍ଷିତ ଥିବାରୁ କଲାହାଣ୍ଡି ଜିଲ୍ଲା କଳମପୁର ବ୍ଲକ ମହିଳା ମହାସଂଘ ସଭାନେତ୍ରୀ ଦିପ୍ତିମୟୀ ଆଚାର୍ଯ୍ୟଙ୍କ ନେତୃତ୍ୱରେ ସମସ୍ତ ସଭ୍ୟାମାନେ କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିଛନ୍ତି | କଲମପୁର ନିର୍ମାଲ୍ୟକ୍ଷେତ୍ର ନିକଟରେ ସମସ୍ତଙ୍କୁ ଫୁଲ, ଚାଉଳ, ହୁଳହୁଳି ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ମାନ ଜଣେଇଛନ୍ତି | କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ସୁରକ୍ଷିତ ରହିବାର ସେବା ଯୋଗାଇ ଆସୁଥିବା ବି. ଡ଼ି. ଓ ହେମସାଗର ଭୋଇ ତଥା ବ୍ଲକ କର୍ମଚାରୀ , ତହସିଲଦାର, ଥାନାଧିକାରୀ ରଶ୍ମିତା ପ୍ରଧାନ, ଫାଣ୍ଡି ଅଧିକାରୀ ମନୋରଞ୍ଜନ ଆଚାର୍ଯ୍ୟ ସମେତ ଅନ୍ୟ ପୋଲିସ କର୍ମଚାରୀ ଗଣମାଧ୍ୟମ ପ୍ରତିନିଧି ରବୀନ୍ଦ୍ର ମିଶ୍ର, ଚକ୍ରଧର ନାଏକ ଏବଂ ଶଙ୍କର୍ଷଣ ବେହେରା, ଶୁଭେନ୍ଦୁ ପଣ୍ଡା, ଦୀପକ ସାହୁ, ସ୍ୱାସ୍ଥ୍ୟ ଅଧିକାରୀ ଡା. ଶିବାଶିଷ ସ୍ୱାଇଁ ସମେତ ସମସ୍ତ ସ୍ଵାସ୍ଥିୟ ଅଧିକାରୀ ମାନଙ୍କୁ ସମ୍ମାନିତ କରିଛନ୍ତି | Share
Comments are closed.