ମୁମ୍ବାଇ : ୫ ବର୍ଷ ପରେ ପୁଣି ଫେରିଲା କରୋନା ଭୟ। ମୁମ୍ବାଇରେ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ୫୩ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ୨ ମୃତକଙ୍କ ମଧ୍ୟରେ ଜଣେ ୫୮ ବର୍ଷୀୟ ମହିଳା ଅଛନ୍ତି । ସେ ମୁଖ କର୍କଟ ରୋଗରେ ପୀଡିତ ଥିଲେ ଏବଂ ଆଉ ଜଣେ ୧୩ ବର୍ଷୀୟ ନାବାଳିକା କିଡ୍ନୀ ରୋଗରେ ପୀଡିତ ହୋଇ ମୁମ୍ବାଇର କେଇଏମ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ମୁମ୍ବାଇରେ କରୋନା ପିଜିଟିଭି କେସ୍ ବଢିବାରୁ ସ୍ୱାସ୍ଥ୍ୟ ବିଭାଗ ଆଲର୍ଟରେ ରହିଛି ।
ମହାରାଷ୍ଟ୍ରରେ କରୋନା ନୂଆ ଭାରିଆଣ୍ଟ ମାମଲା ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢାଇଛି । ମୁମ୍ବାଇ ମହାନଗରପାଳିକା କ୍ଷେତ୍ରରେ ଏବେ ସୁଦ୍ଧା ୫୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପଜିଟିଭି ମାମଲା ବଢିବାରୁ ସ୍ୱାସ୍ଥ୍ୟ ବିଭାଗ ସମେତ ହସ୍ପିଟାଲଗୁଡ଼ିକ ଆଲର୍ଟରେ ରହିଛନ୍ତି । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସେ କହିଛନ୍ତି, ଏହା କୋଭିଡ୍ର ନୂଆ ଭାରିଆଣ୍ଟ ନୁହେଁ । ଏହା ଓମିକ୍ରନର ସବଭାରିଆଣ୍ଟ । କେନ୍ଦ୍ର ସରକାର ଏପର୍ଯ୍ୟନ୍ତ କୌଣସି ମାର୍ଗଦର୍ଶିକା ଜାରି କରିନାହାନ୍ତି କି ଆମ ସହ ଆଲୋଚନା କରିନାହାନ୍ତି । ଏଠି କେହି ଚି଼ହ୍ନଟ ହେଲେ, ଜେନମ ସିକୁଏନସିଂ କରାଯିବ । ତାମିଲନାଡୁ, କେରଳ, ଦିଲ୍ଲୀରେ ଯେଉଁ କେସ୍ ଆସିଛି ତାହା ସେହି ସବଭାରିଆଣ୍ଟ । ମୁମ୍ବାଇରେ ଯାହାର ମୃତ୍ୟୁ ହୋଇଛି, ତାଙ୍କ କିଡ଼ନୀ ରୋଗ ଥିଲା । ଏହା କୋମର୍ଭିଡ଼ ପରିସ୍ଥିତି । ଡ଼ାକ୍ତରଖାନାରେ କରୋନା ସଂକ୍ରମିତଙ୍କ ପାଇଁ ସମସ୍ତ ସ୍ୱାସ୍ଥ୍ୟ ସୁବିଧା ଉବଲବ୍ଧ ରହିଛି । ସେଭେନ ହିଲ୍ସ ହସ୍ପିଟାଲରେ ଏମଆଇସିୟୁର ବ୍ୟବସ୍ଥା ହୋଇଛି । ମହାରାଷ୍ଟ୍ର ସମେତ କେରଳରେ ୬୯ କୋଭିଡ଼ ପଜିଟିଭ ରହିଥିବା ବେଳେ ତାମିଲନାଡୁରେ ୩୪ ଜଣ ନୂଆ ସଂକ୍ରମିତ ରହିଛନ୍ତି । ଦେଶର ବର୍ତ୍ତମାନ ୨୫୭ ସକ୍ରିୟ ମାମଲା ରହିଛି ।
ସେହିପରି ସିଙ୍ଗାପୁର, ହଂକଂ, ଚୀନ ଓ ଥାଇଲାଣ୍ଡରେ ନୂଆ ଭାରିଆଣ୍ଟ ଯୋଗୁଁ ସଂକ୍ରମଣ ବଢିବାରେ ଲାଗିଛି । ସିଙ୍ଗାପୁରରେ ମେ ୧ରୁ ୧୯ ମଧ୍ୟରେ ୩ ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏପ୍ରିଲ ଶେଷ ସପ୍ତାହରେ ଏହି ସଂଖ୍ୟା ୧୧, ୧୦୦ ଥିଲା । ଜାନୁଆରୀରେ ଏପର୍ଯ୍ୟନ୍ତ ୮୧ ନୂଆ ମାମଲା ଚିହ୍ନଟ ହୋଇଛି । ୩୦ ଜଣଙ୍କର ମୃତ୍ୟୁ ହୋଇଛି । ନୂଆ ଭାରିଆଣ୍ଟ ଜେଏନ୍୧ ଏବଂ ଏହାର ସବ୍ ଭାରିଆଣ୍ଟ ଏଲ୍ଏଫ୭ ଏବଂ ଏନ୍ବି୧.୮ ବୋଲି କୁହାଯାଉଛି ।