ଅଙ୍ଗନୱାଡି ପିଲାଙ୍କ ଖେଲଣା କିଣାରେ ଦୁର୍ନିତୀ

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଅଧିନରେ ଥିବା ଅଙ୍ଗନୱାଡି କେନ୍ଦ୍ରରେ ପିଲାମାନଙ୍କ ଖେଲଣା କିଣାରେ ଦୁର୍ନୀତ ହୋଇଥିବା ଅଭିଯୋଗ ହେଉଛି । ସୂଚନା ଅନୁସାରେ, ବ୍ଲକରେ ୨୭ ଟି ମିନି ଅଙ୍ଗନୱାଡି ସେଣ୍ଟର ଓ ୧୪୦ ସବ୍‌ ସେଣ୍ଟର ରହିଛି । ସମୁଦାୟ ୧୬୭ ଅଙ୍ଗନୱାଡି କେନ୍ଦ୍ର କୁ ୮ଟି ସେକଫର ରେ ଭାଗ କରାଯାଇଛି । ତେବେ ଲଡୁଗାଁ ସେକଫରରେ ୨୧ ଟି କେନ୍ଦ୍ର ରହିଥିବାବେଳେ ଏହି ସେକଫର ଅଧିନରେ ଥିବା କେନ୍ଦ୍ର ଗୁଡିକରେ ପିଲାମାନଙ୍କ ପାଇଁ ଉଦ୍ଧିଷ୍ଟ ଖେଲଣା ସାମଗ୍ରୀ କିଣାରେ ବ୍ୟାପକ ଦୁର୍ନିତୀ ହୋଇଥିବା କିଛି ଅଙ୍ଗନୱାଡି କର୍ମୀ ନାମ ଗୋପନ ରଖି କହିଛନ୍ତି ।

ତେବେ କୋକସରା ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟର ଜଣେ ସୁପରଭାଇଜରଙ୍କ ଇସାରରେ ଏହି ଖେଲଣା ସାମଗ୍ରୀ ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ ଯୋଗାଣ ହେଉଥିବା ଜଣାପଡିଛି । ଖେଲଣା କିଣିବା ପାଇଁ ଅଙ୍ଗନୱାଡି କର୍ମୀଙ୍କ ବ୍ୟାଙ୍କ ଖାତାରେ ୨୫ ଶହ ଟଙ୍କା ପଡିଥିଲେ ହଁ ସେମାନଙ୍କୁ ଖେଲଣା କିଣିବାର ସୁଯୋଗ ମିଲୁ ନଥିବା ବେଳେ କୁଆଡେ ଏହି ସୁପର ଭାଇଜର ମ୍ୟାଡମ୍‌ ଜଣକ ଖେଲଣା ସାମଗ୍ରୀ ପରୋକ୍ଷରେ ଜଣେ ବ୍ୟବସାୟୀଙ୍କ ଦ୍ୱାରା ଯୋଗାଣ କରୁଥିବା ଆଲୋଚନା ହେଉଛି । ଯଦି କର୍ମୀମାନେ ତାଙ୍କ କଥାରେ ସହମତି ନ ହେଲେ ବିଭିନ୍ନ ସମୟରେ ତାଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ ଉଠିଛି । ଯେଉଁ ଖେଲଣା ସାମଗ୍ରୀ ଯୋଗାଇ ଦିଆଯାଇଛି ସେଥିରେ ତିନୋଟି ଫଟୋ, କିଛି ବଲ ଓ ଅନ୍ୟାନ କିଛି ଖେଲ ସାମଗ୍ରୀ ରହିଛି । ଯାହାର ମୂଲ୍ୟ କି ଅତି କମରେ ୧୨ ଶହ ଟଙ୍କାରୁ ବି କମ୍‌ ହେବବୋଲି ଅନୁମାନ କରାଯାଉଛି ।

ତେବେ ସୁପର ଭାଇଜର ମ୍ୟାଡମ୍‌ ଙ୍କ ଇସାରାରେ ଖେଲ ସାମଗ୍ରୀ ଯୋଗାଣ ହୋଇଥିବା ବେଳେ ଅଙ୍ଗନୱାଡି କର୍ମୀ ମାନଙ୍କୁ ଟଙ୍କା ଉଠାଣ କରି ଦେବାକୁ କୁହାଯାଉଛି । ତେବେ କମ୍‌ ଟଙ୍କାର ଖେଲଣା ଯୋଗାଇ ବେଶ୍‌ ମୁନାଫା କମାଇବକୁ ଯୋଜନା କରାଯାଇଥିବା ବେଳେ ପିଲା ମାନଙ୍କ ଖେଲଣା ସାମଗ୍ରୀରେ ମଧ୍ୟ ଦୁର୍ନିତୀର ଗନ୍ଧ ବାରିହୋଇ ପଡୁଥିବା ସାଧାରଣରେ ଆଲୋଚନା ହେଉଛି । ଏନେଇ କୋକସରା ସିଡିପିଓ କୁସୁମ ବେହେରାଙ୍କ ମତାମତ ନେବା ପାଇଁ ଯୋଗ ଯୋଗ କରାଯାଇ ଥିଲେ ହେ ଯୋଗ ଯୋଗ ହୋଇ ପାରି ନଥିଲା ତେବେ କୋକସରା ବ୍ଲକରେ ଅଙ୍ଗନବାଡି ପିଲାଙ୍କ ଖେଲଣା କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବାବେଳେ ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ଦୁର୍ନିତୀର ପର୍ଦ୍ଦାଫାସ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Comments are closed.