ନୁ୍ୟଜିଲାଣ୍ଡ: ସୋସିଆଲ ମିଡିଆରେ ଅନେକ ଅଜବ ଖବର ଦେଖିବାକୁ ମିଳୁଛି । ବର୍ତ୍ତମାନ ଇଣ୍ଟରନେଟ୍ରେ ସାମ୍ନାକୁ ଆସିଥିବା ଖବରରେ ନୁ୍ୟଜିଲାଣ୍ଡର ବ୍ରିଟାନୀ କୋସ୍ଗ୍ରୋଭ୍ ତାଙ୍କ ଫ୍ଲାଟ୍ ଛାଡ଼ି ଏକ ଭ୍ୟାନ୍ରେ ରହୁଛନ୍ତି । ତାଙ୍କର ଏହି ନିଷ୍ପତ୍ତି ଯୋଗୁଁ ସେ ଗୋଟିଏ ବର୍ଷରେ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ସଞ୍ଚୟ କରିପାରିଛନ୍ତି ।
ରିପୋର୍ଟ ଅନୁଯାୟୀ ସେ ତାଙ୍କ ଫ୍ଲାଟ୍ ପାଇଁ ମାସକୁ ୩୭ ହଜାର ଟଙ୍କା ଦେଉଥିଲେ କିନ୍ତୁ ବର୍ତ୍ତମାନ ସେ ସପ୍ତାହରେ ମାତ୍ର ୫ ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି । ବ୍ରିଟାନୀଙ୍କୁ ମାତ୍ର ୨୭ ବର୍ଷ ବୟସ ଏବଂ ସେ ବ୍ୟବସାୟ କରୁଛନ୍ତି । ଏହି ସମୟ ମଧ୍ୟରେ ସେ ଏକ ଛୋଟ ଓ ସଂକୀର୍ଣ୍ଣ ଷ୍ଟୁଡିଓ ଫ୍ଲାଟରେ ରହୁଥିଲେ । ଏହି ଫ୍ଲାଟ୍ ବାବଦକୁ ସେ ମାସିକ ୩୭ ହଜାର ଟଙ୍କା ଭଡ଼ା ଦେଉଥିଲେ ।
ହେଲେ ଦିନେ ସେ ଫ୍ଲାଟ୍ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ୪.୫ ଲକ୍ଷ ଦେଇ ଏକ ଭ୍ୟାନ କିଣି ସେଥିରେ ରହିବାକୁ ଲାଗିଲେ । ବ୍ରିଟାନୀଙ୍କ ଏହି ଅଜବ ନିଷ୍ପତ୍ତି ତାଙ୍କ ପାଇଁ ଲାଭବାନ ସାବ୍ୟସ୍ତ ହୋଇଛି । ସେ ଏବେ ପ୍ରାୟ ୧୧ ଲକ୍ଷ ଟଙ୍କା ସଞ୍ଚୟ କରିପାରିଛନ୍ତି । ଏହି ଭ୍ୟାନରେ ତାଙ୍କର ସମସ୍ତ ଜରୁରୀ ସାମଗ୍ରୀ ରହିଛି । ସେ ଏହି ଭ୍ୟାନ ଯୋଗୁଁ ନୂଆ ନୂଆ ସ୍ଥାନ ମଧ୍ୟ ବୁଲିପାରୁଛନ୍ତି ବୋଲି ଏକ ଇଣ୍ଟରଭୁ୍ୟରେ ବ୍ରିଟାନୀ କହିଛନ୍ତି ।
Comments are closed.