ନିଆରା ଢ଼ଙ୍ଗରେ ପାଳନ୍ତୁ ପ୍ରେମ ଦିବସ

ପ୍ରେମର ଦିନ ଭାବେ ପାଳନ ହୋଇଥାଏ ଭାଲେଣ୍ଟାଇନ୍ସ ଡେ’ । ଏହି ଦିନଟିକୁ ସମସ୍ତେ ଭିନ୍ନଭିନ୍ନ ଢଙ୍ଗରେ ପାଳନ କରିଥାଆନ୍ତି । ସମସ୍ତେ ଏହାକୁ ନିଆରା ଢଙ୍ଗରେ ପାଳନ କରିବାକୁ ସର୍ବଦା ଚେଷ୍ଟା କରିଥାଆନ୍ତି । ତେବେ ସବୁଦିନିଆ ଚିରାଚରିତ ଢଙ୍ଗରେ ଏହାକୁ ପାଳନ ନ କରି ଏହି ଦିନ କିଛି ସ୍ୱତନ୍ତ୍ର କରିପାରିବେ । ଆସନ୍ତୁ ପଢିବା ସେହିଭଳି କିଛି ନିଆରା ସେଲିବ୍ରେସନ୍‌ ଆଇଡିଆ ସମ୍ବନ୍ଧରେ

ଏକାଠି ବହି ପଢା-

ନିଆରା ଢ଼ଙ୍ଗରେ ପାଳନ୍ତୁ ପ୍ରେମ ଦିବସ
ଯଦି ଆପଣଙ୍କୁ ଓ ସାଥୀଙ୍କୁ ବହି ପସନ୍ଦ ହୋଇଥାଏ, ତେବେ ନିଜର ଭାଲେଣ୍ଟାଇନ୍‌ ଡେ’ ବହି ଦୋକାନ କିମ୍ବା ଲାଇବ୍ରେରୀରେ ବିତାଇ ପାରିବେ । ଏହି ଦିନ ଆପଣ କିଛି ଭଲ ବହି ସାଥୀଙ୍କୁ ଉପହାର ଦେଇପାରିବେ । ସେହିଭଳି ଲାଇବ୍ରେରୀରେ ନିଜ ପସନ୍ଦର ବହିକୁ ଏକାଠି ପଢିପାରିବେ । ଏହା ଆପଣଙ୍କ ଲଭ୍‌କୁ ରିଫ୍ରେସ୍‌ କରିବାରେ ସାହାଯ୍ୟ କରିବ ।

ଘରେ ସିନେମା ଦେଖା-

ନିଆରା ଢ଼ଙ୍ଗରେ ପାଳନ୍ତୁ ପ୍ରେମ ଦିବସ
କେବଳ ଯେ ବାହାରକୁ ଯାଇ ଏହି ଦିବସର ମଜା ନେଇ ହେବ ତାହା ନୁହେଁ, ଏହାକୁ ଘରେ ମଧ୍ୟ ଉପଭୋଗ କରିହେବ । ଘରେ କିଛି ଭଲ ସିନେମା ସହିତ ପପ୍‌କନ୍‌ର ମଜା ନିଅନ୍ତୁ । ନିଜ ପତ୍ନୀଙ୍କ ସହିତ ତାଙ୍କ ପସନ୍ଦର ସିନେମା ଦେଖନ୍ତୁ, ଏହା ଭଲ ପାଇବା ବଢାଇବାରେ ସହାୟକ ହେବ ।

କୁକିଂ କମ୍ପିଟେସନ୍‌-

ନିଆରା ଢ଼ଙ୍ଗରେ ପାଳନ୍ତୁ ପ୍ରେମ ଦିବସ
ଏହି ଦିନ କିଛି ନୂଆ କରିବାକୁ ଚାହୁଁଥିଲେ, ରୋଷେଇ ପ୍ରତିଯୋଗିତାର ଆୟୋଜନ କରନ୍ତୁ । ଏଥିରେ ନିଜ ସାଙ୍ଗମାନଙ୍କୁ ମିଶାଇ ପାରିବେ । ରୋଷେଇ ପ୍ରତିଯୋଗିତା ସହିତ କିଛି ଛୋଟଛୋଟ ଖେଳ ମଧ୍ୟ ଖେଳି ପାରିବେ । ଏହା କିଛି ନିଆରା ସହିତ ହଟକେ ଅନୁଭବ ଆପଣଙ୍କୁ ଦେବ ।

ବାଇକ୍‌ ରାଇଡ୍‌-

ନିଆରା ଢ଼ଙ୍ଗରେ ପାଳନ୍ତୁ ପ୍ରେମ ଦିବସ
ଯଦି ସୁବିଧା ଅଛି ତେବେ ଏହି ଦିନ ବାଇକ୍‌ ରାଇଡ୍‌ରେ ଯାଇପାରିବେ । ନିଜ ଆଖପାଖ ସ୍ଥାନକୁ ବୁଲିବାକୁ ଯିବା ସହ ଏଠାରେ କିଛି ସମୟ ନିଜ ସାଥୀଙ୍କ ସହିତ କାଟି ପାରିବେ ।

କମେଡି ଶୋ’ର ମଜା-

ନିଆରା ଢ଼ଙ୍ଗରେ ପାଳନ୍ତୁ ପ୍ରେମ ଦିବସ
ଅନେକ ଯୋଡି ଏଭଳି ଥାଆନ୍ତି ଯେଉଁମାନଙ୍କୁ କମେଡି ବହୁତ ପସନ୍ଦ ହୋଇଥାଏ । ଯଦି ଆପଣଙ୍କର ପସନ୍ଦ ମଧ୍ୟ କମେଡି, ତେବେ ସାଥୀଙ୍କ ସହିତ ଭାଲେଣ୍ଟାଇନ୍‌ ଡେ’ କମେଡି କାର୍ଯ୍ୟକ୍ରମ ଦେଖି କାଟନ୍ତୁ । ଯାହାଫଳରେ ଆପଣ ବେଶ୍‌ ସୁନ୍ଦର ସମୟ କାଟିପାରିବେ । ଏହି କମେଡି କାର୍ଯ୍ୟକ୍ରମ ଆପଣ ଅନ୍‌ଲାଇନ୍‌ କିମ୍ବା ଅଫ୍‌ଲାଇନ୍‌ ଉଭୟ ପ୍ରକାରେ ଦେଖିପାରିବେ ।

ଏକତ୍ର ବ୍ୟାୟାମ-

ନିଆରା ଢ଼ଙ୍ଗରେ ପାଳନ୍ତୁ ପ୍ରେମ ଦିବସ
ଆଜିକାଲି ସମସ୍ତେ ସ୍ୱାସ୍ଥ୍ୟର ଯତ୍ନ ନେଉଛନ୍ତି । ସେହି ପରିପ୍ରେକ୍ଷୀରେ ସମସ୍ତେ ବିଭିନ୍ନ ବ୍ୟୟାମ କରୁଛନ୍ତି । ଯଦି ଆପଣ ନିଜର ସ୍ୱାସ୍ଥ୍ୟକୁ ନେଇ ସଚେତନ ଅଛନ୍ତି । ତେବେ ଏହି ଦିନ କପଲ୍‌ ୱାର୍କଆଉଟ୍‌ର ପ୍ଲାନ କରନ୍ତୁ । ଏହା ବେଶ୍‌ ହଟକେ ହେବ । ଏହା ଆପଣଙ୍କୁ ଏକ ନିଆରା ଅନୁଭୂତି ପ୍ରଦାନ କରିବ ।

ପର୍ପଲ ସୁଟ୍‌ରେ ଲାଗନ୍ତୁ ଫ୍ୟାଶନେବୁଲ୍‌

ନିଆରା ଢ଼ଙ୍ଗରେ ପାଳନ୍ତୁ ପ୍ରେମ ଦିବସ
ଭାଲେଣ୍ଟାଇନ ଡେ’ରେ ସ୍ପେଶାଲ୍‌ ଲୁକ୍‌ ପାଇବାକୁ ଚାହୁଁଥିଲେ କିଛି ହଟ୍‌କେ ଟ୍ରାଏ କରନ୍ତୁ । ରେଡ୍‌, ପିଙ୍କ୍‌, ହ୍ୱାଇଟ୍‌ କଲରର ଆଉଟଫିଟ୍‌ ପିନ୍ଧିବା ଆଜିକାଲି ସାଧାରଣ ହୋଇଗଲାଣି । ତେଣୁ ଏଥର ପର୍ପଲ୍‌ କଲର୍‌ର ସୁଟ୍‌ ପିନ୍ଧନ୍ତୁ । ଦେଖିବେ ଆପଣ ବି ପ୍ରେମ ଦିବସରେ ସୁପର ଷ୍ଟାଇଲିସ୍‌ ଦେଖାଯିବେ ।

-ଆଉଟଫିଟ୍‌ରେ ନୂଆ ଟ୍ୱିଷ୍ଟ ଦେବାକୁ ଚାହୁଁଥିଲେ, ଅଣ୍ଟା ଉପରକୁ କଟ୍‌-ଆଉଟ୍‌ ସହ ପର୍ପଲ ବ୍ଲେଜର ପିନ୍ଧନ୍ତୁ ଏବଂ ଏହାକୁ ପର୍ପଲ ପ୍ୟାଣ୍ଟ୍‌ ସହ ପେୟାର କରନ୍ତୁ । ଦେଖିବେ ଏହାକୁ ପିନ୍ଧିଲେ ଆପଣ ସେଲିବ୍ରେଟି ଲୁକ୍‌ ପାଇପାରିବେ ।

-ସେହିପରି ମ୍ୟାଚିଂ କଲର ଫ୍ଲେୟର୍ଡ ପ୍ୟାଣ୍ଟ୍‌ ସହ ପର୍ପଲ ବ୍ଲେଜର ପିନ୍ଧନ୍ତୁ । ଏହାର ଆସେସୋରିଜ୍‌ ପାଇଁ ଛୋଟ ଇୟରରିଙ୍ଗ୍ସ ଏବଂ ରିଙ୍ଗ୍ସ ପିନ୍ଧନ୍ତୁ । ଏହାସହ କେଶକୁ ସାଇଟ୍‌ ପାର୍ଟିଂ କରନ୍ତୁ ।
ନିଆରା ଢ଼ଙ୍ଗରେ ପାଳନ୍ତୁ ପ୍ରେମ ଦିବସ
-ପର୍ପଲ କଲର୍‌ରେ ଟକ୍ସିଡୋ ବ୍ଲେଜର ମଧ୍ୟ ଚୟନ କରିପାରିବେ । ଏହାକୁ ମଧ୍ୟ ପର୍ପଲ ପ୍ୟାଣ୍ଟ୍‌ ସହ ପିନ୍ଧନ୍ତୁ । ବେଲୁନ୍‌ ଡିଜାଇନର ସ୍ଲିଭସ୍‌ ଆପଣଙ୍କୁ ଭଲ ଲାଗିବ । ଏଥିପାଇଁ ନୁ୍ୟଡ୍‌ ମେକଅପ୍‌ ହିଁ ପରଫେକଫ ।

-ଆଜିକାଲି ମାର୍କେଟରେ ସ୍ୱିକେନ୍ସ ପର୍ପଲ ପ୍ୟାଣ୍ଟ୍‌ସୁଟ୍‌ ମିଳୁଛି । ପାର୍ଟିରେ ଆପଣ ଏହାକୁ ଟ୍ରାଏ କରିପାରିବେ । କେଶକୁ ଷ୍ଟ୍ରେଟ୍‌ ରଖି ସ୍ମୋକି ଆଇ ମେକ୍‌ଅପ୍‌ କରିପାରିବେ । ସମସ୍ତ ପ୍ରକାର ପର୍ପଲ ଆଉଟଫିଟ୍‌ ସହ ହାଇହିଲ୍‌ ପରଫେକଫ ହୋଇଥାଏ ।

Comments are closed.