ଭୁବନେଶ୍ୱର: ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି କୋଭିଡ୍ ସଂକ୍ରମଣ । ଗତ ରବିବାର ୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ପହଞ୍ଚିଥିଲା । ଏ ନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର । ପ୍ରତିଦିନ ଯେତିକି ଟେଷ୍ଟ କରାଯାଉଛି ସେଥିରୁ କମ୍ ପଜିଟିଭ୍ ଆସୁଛି । ଗହଳି ସ୍ଥାନକୁ ଯାଆନ୍ତୁନି, ଦରକାର ପଡ଼ିଲେ ମାସ୍କ ଓ ଗ୍ଲୋଭସ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସେହିପରି ଭୁବନେଶ୍ୱରରେ ଜଣେ ୮୫ ବର୍ଷୀୟା କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ସେ ଅନ୍ୟାନ୍ୟ ରୋଗରେ ପୀଡିତ ଥାଇ ଚିକିତ୍ସିତ ହେଉଥିଲେ । ତେବେ ଏନେଇ ସରକାରୀ ସ୍ତରରେ ସ୍ପଷ୍ଟ କରାଯାଇ ନାହିଁ ।
ଅନ୍ୟପଟେ ଦେଶରେ ସଂକ୍ରମଣ ସଂଖ୍ୟା ୪ହଜାର ପାର୍ କରିଛନ୍ତି । ଆଗାମୀ ଦିନରେ ସଂକ୍ରମଣ ସଂଖ୍ୟା ବଢ଼ିବା ନେଇ ଆଶା କରାଯାଉଛି । ତେବେ ସଂକ୍ରମଣଠାରୁ ରକ୍ଷା ପାଇବା ପାଇଁ ସତର୍କତା ଅବଲମ୍ବନ କରିବା ଏକାନ୍ତ ଆବଶ୍ୟକ । ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ମେ ୨୨ ରେ ଦେଶର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫୭ ଥିଲା। ଗତ ୯ ଦିନରେ କରୋନା ମାମଲା ୧୪ ଗୁଣ ବୃଦ୍ଧି ହୋଇଛି। କେରଳରେ ସର୍ବାଧିକ ୧୪୦୦ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ମହାରାଷ୍ଟ୍ରରେ ୪୮୫, ଦିଲ୍ଲୀରେ ୪୩୬ ସକ୍ରିୟ କରୋନା ରୋଗୀ ଅଛନ୍ତି।
ସେହିପରି ଗୁଜରାଟ, କର୍ଣ୍ଣାଟକ, ପଶ୍ଚିମବଙ୍ଗ ଓ ତାମିଲନାଡୁରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଟପିଲାଣି । ବିଶେଷ କରି ମୁମ୍ବାଇ, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ଭଳି ସହରରେ ସଂକ୍ରମଣ ବୃଦ୍ଧି ପାଇଛି।
Comments are closed.