ଦିଲ୍ଲୀ: ଏପ୍ରିଲ ୦୯: ଗୁଜରାଟରୁ ଏକ ନୂଆ କରୋନା ଭୂତାଣୁ ଚିହ୍ନଟ ହୋଇଛି । ବିଶ୍ୱରେ ଏହି ଭୂତାଣୁ ସଂକ୍ରମଣ ଅତି ସ୍ୱଳ୍ପ ଥିବା କଥା ଜଣାପଡ଼ିଛି ।
ନୂଆ ଭୂତାଣୁର ନାମ ‘ଏକ୍ସଇ’ । ଭାରତର ଏହି ପ୍ରଥମ କୋଭିଡ ମାମଲା ଗୁଜରାଟର ଜଣେ ବରିଷ୍ଠ ବ୍ୟକ୍ତିଙ୍କୁ ହୋଇଛି ବୋଲି ସରକାରୀ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି । ତାଙ୍କୁ ମାର୍ଚ୍ଚ ୧୩ ତାରିଖରେ କୋଭିଡ୍-୧୯ ପଜିଟିଭ୍ ହୋଇଥିବା କଥା ଜଣାପଡ଼ିଥିଲା । ଉକ୍ତ ରୋଗୀ ଜଣଙ୍କ ଏକ ସପ୍ତାହ ମଧ୍ୟରେ ସୁସ୍ଥ ହୋଇଯାଇଥିଲେ । ପରେ ତାଙ୍କର ‘ଜିନୋମ୍-ସିକେ୍ୱନ୍ସିଙ୍ଗ୍’ କରାଯାଇଥିଲା । ସେଥିରେ ତାଙ୍କୁ ଏକ୍ସଇ କରୋନା ଭାଇରସ୍ ହୋଇଛି ବୋଲି ଜଣାପଡ଼ିଲା ।
ରିପୋର୍ଟ ଅନୁସାରେ, ଏହି ନୂତନ ଭେରିଏଣ୍ଟ୍ ଏକ୍ସ ହେଉଛି ‘ଓମିକ୍ରନ୍- ବିଏ.୧’ ଏବଂ ‘ଓମିକ୍ରନ୍-ବିଏ.୨’ ସମିଶ୍ରଣରେ ସୃଷ୍ଟ ଏକ କିସମ ଓମିକ୍ରନ୍ ଭୂତାଣୁ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିବା ଅନୁସାରେ, ଏହି ଭୂତାଣୁ ଓମିକ୍ରନ୍ ବିଏ.୨’ ଉପ-ପ୍ରଜାତି ଠାରୁ ୧୦% ଅଧିକ ସଂକ୍ରମଣଶୀଳ ।
Comments are closed.