ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ: ବଢ଼ିଲା ସୁରକ୍ଷା

ନୂଆଦିଲ୍ଲୀ: ନଭେମ୍ବର ୨୪: ପୂର୍ବତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ‘ଆଇଏସ୍‌ଆଇଏସ୍‌ କଶ୍ମୀର’ ତରଫରୁ ହତ୍ୟା ଧମକ ମିଳଛି । ଏନେଇ ଗୌତମ ଆଜି ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଆଇଏସ୍‌ଆଇଏସ୍‌ କଶ୍ମୀର ତାଙ୍କୁ ଫୋନ୍‌ ଏବଂ ଇ-ମେଲ୍‌ ମାଧ୍ୟମରେ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ସେ । ଏହା ପରେ ତାଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି ।

ସୂଚନା ଅନୁସାରେ ଦିଲ୍ଲୀ ସେଣ୍ଟ୍ରାଲ୍‌ ଡିସିପିଙ୍କ ନିକଟକୁ ଗୌତମ ଏକ ଚିଠି ପଠାଇଛନ୍ତି । ଚିଠିରେ ସେ ଆଇଏସ୍‌ଆଇଏସ୍‌ କଶ୍ମୀରରୁ ଏକ ଇ-ମେଲ୍‌ ପାଇଛନ୍ତି ବୋଲି ଦର୍ଶାଇଛନ୍ତି । ଏଥିରେ ତାଙ୍କୁ ଓ ତାଙ୍କ ପରିବାରକୁ ଜୀବନରୁ ମାରି ଦିଆଯିବ ବୋଲି ଲେଖା ହୋଇଛି । ଏହା ସହିତ ସେ ଏନେଇ ମାମଲା ରୁଜୁ କରିବା ସହିତ ତାଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବାକୁ କହିଥିଲେ ।
ଗମ୍ଭୀରଙ୍କୁ ଏହା ପୂର୍ବରୁ ବି ହତ୍ୟା ଧମକ ମିଳିଥିଲା । ୨୦୧୯ ଡିସେମ୍ବର ମାସରେ ଏକ ଅନ୍ତର୍ଜାତୀୟ ନମ୍ବରରୁ ତାଙ୍କୁ ହତ୍ୟା ଧମକ ଦିଆଯାଇଥିଲା ।

Comments are closed.