ଭୁବନେଶ୍ୱର: ଫେବୃଆରୀ ୧୮: କୋଟିପତି ଅତିରିକ୍ତ ଏସ୍ପିଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରାଯାଇଛି । ତେବେ ଏହି ଗିରଫ ନେଇ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଛନ୍ତି ପତ୍ନୀ ଦୀପ୍ତିମୟୀ । ତ୍ରିନାଥଙ୍କୁ ଗିରଫ ସହ ତାଙ୍କ ପତ୍ନୀଙ୍କ ନାଁରେ ବି ମାମଲା ରୁଜୁ ହୋଇଛି। ତାଙ୍କର ମୋଟ ୧୧ କୋଟି ୨ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ ହୋଇଛି। ୧୧ କୋଟିରୁ ୮ କୋଟି ୬୧ ଲକ୍ଷ ଆୟ ବହିର୍ଭୂତ। ତାଙ୍କ ଆୟର ୫୦୦% ବହିର୍ଭୂତ ସମ୍ପତ୍ତି ବୋଲି ଭିଜିଲାନ୍ସ ଏସ୍ପି ସୂଚନା ଦେଇଥିଲେ । ତେବେ ତ୍ରିନାଥଙ୍କ ଗିରଫ ମାମଲା ନେଇ ପତ୍ନୀ ଦୀପ୍ତିମୟୀ ସୁପ୍ରିମକୋର୍ଟକୁ ମଧ୍ୟ ଯିବେ ବୋଲି ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ସେ କହିଛନ୍ତି ଏହି ସମସ୍ତ ଦଫାର ପ୍ରମାଣ ଦିଅନ୍ତୁ ନଚେତ ମୁଁ ଏହି ଘଟଣାକୁ ନେଇ ବଡ ଅଦାଲତକୁ ଯିବି । ଅନ୍ୟପଟେ ତ୍ରିନାଥଙ୍କ ଅଚଳାଚଳ ସମ୍ପତ୍ତି ଦେଖି ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Comments are closed.