କାବୁଲ: ସେପ୍ଟେମ୍ବର ୬: ତାଲିବାନର ଆଫଗାନିସ୍ଥାନ କବଜା ପରେ ଏବେ ତାଲିବାନ ଶିକ୍ଷାମନ୍ତ୍ରାଳାୟ ପକ୍ଷରୁ ଏକ ସୂଚନା ଜାରି କରାଯାଛି । ସୂଚନା ଅନୁସାରେ, କଲେଜ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଛାତ୍ରୀଙ୍କ ପାଇଁ ଅଲଗା ଶିକ୍ଷାଗୃହ ଏବଂ ଛାତ୍ରଙ୍କ ପାଇଁ ଅଲଗା ଶିକ୍ଷାଗୃହର ବ୍ୟବସ୍ଥା କରାଯିବ । ଯଦି ଶ୍ରେଣୀ ଗୃହର ଅଭାବ ଦେଖାଯାଏ, ତେବେ ଛାତ୍ର ଓ ଛାତ୍ରୀଙ୍କ ମଧ୍ୟରେ ପରଦା ବ୍ୟବହାର କରାଯିବ । ତାଲିବାନ ଶିକ୍ଷାମନ୍ତ୍ରାଳାୟର ଏହି ସୂଚନା ପରେ ନିୟମ ଅନୁସାରେ ଆଫଗାନିସ୍ଥାନର କେତେକ ଅଞ୍ଚଳରେ କଲେଜ ଖୋଲିଛି । ଅନ୍ୟପକ୍ଷେ, ଆଫଗାନ କଲେଜମାନଙ୍କରେ ଗୋଟିଏ ଶ୍ରେଣୀଗୃହରେ ବସି ଛାତ୍ରଛାତ୍ରୀମାନେ ପାଠ ପଢ଼ୁଥିବାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଫଟୋରେ ଛାତ୍ର ଓ ଛାତ୍ରୀଙ୍କ ମଧ୍ୟରେ ପରଦା ପଡ଼ିଥିବାର ଦୃଶ୍ୟ ସ୍ପଷ୍ଟ ହେଉଛି ।
ତାଲିବାନ ଶିକ୍ଷାମନ୍ତ୍ରାଳାୟ ସୂଚନା ଅନୁସାରେ, କଲେଜ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଛାତ୍ରୀମାନଙ୍କୁ ପଢ଼ାଇବା ପାଇଁ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତ କରାଯାଉ । ଯଦି ଶିକ୍ଷୟିତ୍ରୀଙ୍କ ସଂଖ୍ୟା କମ୍ ରହୁଛି, ସେହିପରି ସ୍ଥିତିରେ ବୟସ୍କ ଓ ସଚରିତ୍ର ଶିକ୍ଷକଙ୍କୁ ଛାତ୍ରୀଙ୍କ ପାଇଁ ନିୟୁକ୍ତ କରାଯାଉ ।
Comments are closed.