ଆମ୍ବୁଲାନ୍ସରେ ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ,ମହିଳା ଗୁରୁତର

0

ଟିଟିଲାଗଡ: ଆମ୍ବୁଲାନ୍ସରେ ଫାଟିଲା ଅକ୍ସିଜେନ ସିଲିଣ୍ଡର । ଏଥିରେ ଜଣେ ମହିଳାଙ୍କ ଦେହରେ ନିଆଁ ଲାଗିଯାଇଥିବାବେଳେ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ନବ ଜାତକଙ୍କ ସହ ପ୍ରସୂତି ମହିଳା I ଗୁରୁତର ଆହତ ମହିଳା ଜଣକ ହେଲେ ଦୂତିଆ ଭୋଇ ଆମ୍ବୁଲାନ୍ସରେ ସିଲିଣ୍ଡର ବିସ୍ଫୋରଣ,ମହିଳା ଗୁରୁତର ନବ ଜାତକଙ୍କ ସହ ପ୍ରସୂତୀଙ୍କୁ ଟିଟିଲାଗଡ଼ ହସ୍ପିଟାଲରୁ ବଲାଙ୍ଗିର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ବେଳେ ଘଟିଛି ଏହି ଅଘଟଣ ।

ସୂଚନାନୁସାରେ,ଗତକାଲି ମୁରିବାହାଲ ବ୍ଳକ ଚିକନୀବାହାଳି ଗାଁର ରାଧା ଯାନୀ ପ୍ରସବ ପାଇଁ ପିପିଲପଦରଠାରେ ଥିବା ମାତୃ ଓ ଶିଶୁ କେୟାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆଜି ଭୋରୁ ଦୁଇ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଥିଲେ ରାଧା । ମାତ୍ର ଜଣେ ଶିଶୁର ଶରୀର ଅସୁସ୍ଥ ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବଲାଙ୍ଗୀର ମେଡିକାଲ ସ୍ଥାନାନ୍ତର କରିବାକୁ କହିଥିଲେ ଡାକ୍ତର । ମହିଳାଙ୍କୁ ନେବାବେଳେ ଆମ୍ବୁଲାନ୍ସ ଷ୍ଟାର୍ଟ ହେବା ପରେ ଅକ୍ସିଜେନ ସିଲିଣ୍ଡର ବ୍ଲାଷ୍ଟ ହୋଇ ନିଆଁ ଲାଗିଯାଇଥିଲା । ମହିଳାଙ୍କୁ ଆମ୍ବୁଲାନ୍ସରେ ବଲାଙ୍ଗିର ନେବା ପାଇଁ ଅକ୍ସିଜେନ ସିଲିଣ୍ଡର ଆମ୍ବୁଲାନ୍ସରେ ସଂଯୋଗ ସମୟରେ ତାହା ବିସ୍ଫୋରଣ ହୋଇଥିଲା। ସେ ସମୟରେ ଆମ୍ବୁଲାନ୍ସରେ ବସିଥିବା ଦୂତିଆଙ୍କ ଶରୀରରେ ନିଆଁ ଲାଗିଯାଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ଟିଟିଲାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ଆଣ୍ଠୁରୁ ପାଦ ପର୍ଯ୍ୟନ୍ତ ନିଆଁରେ ପୋଡି ହୋଇଯାଇଛି। ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ଟିଟିଲାଗଡ଼ ପୋଲିସ ।

 

Leave A Reply

Your email address will not be published.