ମୁମ୍ବାଇ: ଜୁଲାଇ ୦୮: ବଲିଉଡର ଭାଇଜାନ୍ ସଲମାନ୍ ଖାନ୍ଙ୍କ ଆଗକୁ ଆସୁଛି ଅନେକ ଫିଲ୍ମ । ସେହି ଲିଶଫରେ ସାମିଲ୍ ଅଛି ଟାଇଗର୍ ୩, ନୋ ଏଣ୍ଟ୍ରି ୨ ଓ କଭି ଇଦ୍ କଭି ଦିୱାଲୀ ଭଳି ଇଣ୍ଟ୍ରେଷ୍ଟିଙ୍ଗ୍ ସିନେମା । ତେବେ ବଜରଙ୍ଗୀ ଭାଇଜାନ୍ -୨ ମଧ୍ୟ ଆଗକୁ ଆସିପାରେ ବଡ ପରଦାରେ । ହେଲେ ଏ ନେଇ କୌଣସି ଅଫିସିଆଲ ଘୋଷଣା କରାଯାଇନାହିଁ । କି;ୁ ଏ ସବୁ ଖବର ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିବା ପରେ ଫ୍ୟାନ୍ସମାନଙ୍କର ଏକ୍ସାଇଟମେଣ୍ଟର ସୀମା ନାହିଁ । ଆଜ୍ଞା ହଁ, ଭାଇଜାନ୍ ପୁଣିଥରେ ଚୁଲବୁଲ୍ ପାଣ୍ଡେଙ୍କ ଚରିତ୍ରରେ ନଜର ଆସିବେ ଦବଙ୍ଗ୍ ୪ରେ । ଦବଙ୍ଗ୍ ପାର୍ଟ ୱାନ ଦର୍ଶକଙ୍କୁ ଭରପୁର୍ ଏଣ୍ଟରଟେନ୍ କରିଥିଲା । ଏବେ ଦବଙ୍ଗ୍ ୪ ରେ ନିଜର ପର୍ଫୋମାନ୍ସ ବଜାୟ ରଖିବାକୁ ପୁରା ପ୍ରସ୍ତୁତ ଅଛନ୍ତି ସଲମାନ୍ । ରିପୋର୍ଟ ଅନୁଯାୟୀ ତିଗ୍ମାଂସୁ ଧୁଲିଆ ଏହି ସିନେମାର କାହାଣୀ ଲେଖୁଥିବାବେଳେ ଏହାର ନିର୍ଦ୍ଦେଶନା ଦାୟିତ୍ୱମଧ୍ୟ ତୁଲାଇବେ । ସଲମାନଙ୍କୁ ଅନେକଥର ପୋଲିସ ଭୂମିକାରେ ଦେଖିବାକୁ ମିଳିଛି । ପରଫେକଫ୍ କମେଡି ଟାଇମିଙ୍ଗ୍ ସାଙ୍ଗକୁ ଦମଦାର ଆକ୍ସନ୍ ଓ କିଲର୍ ଲୁକ୍ ଦର୍ଶକଙ୍କୁ ଦିୱାନା ବନେଇ ଦେଇଥିଲା । ଦବଙ୍ଗ ପାର୍ଟ -୧ ଓ ୨ ବକ୍ସ ଅଫିସରେ ଧୁମ ମଚେଇଥିବାବେଳେ ପାର୍ଟ ୩ର କଲେକ୍ସନ ଟିକେ ଫିକା ପଡିଯାଇଥିଲା । ହେଲେ ଏବେ ଦବଙ୍ଗ୍ ୪ ର କାହାଣୀକୁ ନେଇ ସଲମାନ୍ ଖୁବ୍ ଖୁସିଥିବାବେଳେ ସିନେମାର ସକ୍ସେସକୁ ନେଇ ବେଶ୍ ଆଶାବାଦୀ ଥିବାର ଜଣାପଡୁଛନ୍ତି ।
Comments are closed.