ଇଡ଼େନ୍‍ ଗାର୍ଡେନରେ ହେବ ଦିବାରାତ୍ର ଟେଷ୍ଟ ମ୍ୟାଚ !

ସମୟ ଲାଇଭ,୨୮/୧୦ : ଅନେକ ଦିନ ଧରି ଲାଗି ରହିଥିବା ଦିବା ରାତ୍ର ମ୍ୟାଚକୁ ନେଇ ଏବେ ହେବ ଅନ୍ତଃ। କାରଣ ଏନେଇ ବିସିସିଆଇ ଏକ ପ୍ରସ୍ତାବ ଏବେ ବାଂଲଦେଶକୁ ଦେଇଛି। ଆଉ ଏହା ଉପରେ ବିସିବି (ବାଂଲାଦେଶ କ୍ରିକେଟ ବୋର୍ଡ ) ଦିନେ ଦୁଇଦିନ ଭିତରେ ତାର ନିଷ୍ପତ୍ତି ଜଣାଇ ଦେବ ବୋଲି କହିଛି। ନବନତର୍ବାଚିତ ବିସିସିଆଇ ଅଧ୍ୟକ୍ଷ ସୈାରଭ ଗାଙ୍ଗୁଲି ଦିବାରାତ୍ର ଟେଷ୍ଟ ପମ୍ୟାଚ ଖେଳିବା ନେଇ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସହ ପୂର୍ବରୁ କଥା ହୋଇଥିବା ଜଣା ପଡିଛି। ଏଥିରେ କୋହଲି ସହମତି ପ୍ରକାଶ କରିଥିବା ଜଣାପଡିଛି।

ବିସିବିର ଚେୟାରପର୍ସନ ଆକ୍ରମ ଖାନ କହିଛନ୍ତି ଦିବାରାତ୍ର ଟେଷ୍ଟ ମ୍ୟାଚ ଖେଳିବା ନେଇ ବିସିସିଆଇ ଆମକୁ ପ୍ରସ୍ତାବ ଦେଇଛି ତେବେ ଏନେଇ ସେମାନେ କୈାଣସି କଥା ହୋଇନଥିବା ବେଳେ ଖୁବଶୀଘ୍ର ତାଙ୍କର ଚୁଡାନ୍ତ ନିଷ୍ପତି ବିସିସିଆଇକୁ ଜଣାଇ ଦିଆଯୀବ ବୋଲି କହିଚନ୍ତି ଆକ୍ରମ ଖାନ। ତେବେ ଖେଳାଳୀ ଓ ଟିମ ମ୍ୟାନେଜମେଣ୍ଟ ସହିତ କଥା ହେଲା ପରେ ଯାହା ନିଷ୍ପତି କରାଯିବ ବୋଲି ବିସିବିର ଜଣେ ବରିଷ୍ଠ ଅଧିକାରୀ ସୂଚନା ନେଇଛନ୍ତି। ଅତିତରେ ନ୍ୟୁଜିଲାଣ୍ଡ ଠାରୁ ମଧ୍ୟ ଦିବାରାତ୍ର ମ୍ୟାଚ ଖେଳିବା ନେଇ ଆସିଥିବା ପ୍ରସ୍ତାବକୁ ଅଗ୍ରାହ୍ୟ କରାଯାଇଥିଲା। କାରଣ ଏହି ସବୁ ମ୍ୟାଚରେ ପିଙ୍କ୍‍ ବଲରେ ଖେଳିବାକୁ ପଡିଥାଏ ଯେଉଁଥିପାଇଁ ଖେଳାଳୀଙ୍କୁ ବହୁ ଆଗରୁ ପ୍ରାଷ୍ଟିସ୍‍ କରିବାକୁ ପଡିଥାଏ। ତେବେ ଭାରତ ଯଦି କୋଲକାତାର ଇଡେନ୍‍ ଗାର୍ଡେନରେ ଦିବାରାତ୍ର ଟେଷ୍ଟ ଖେଳେ ତେବେ ଗାଙ୍ଗୁଲୀ କରିଥିବା ଭବିଷ୍ୟବାଣି ସତ ହେବ।

Comments are closed.