ଦେବକୀନନ୍ଦନ ମହାରାଜଙ୍କୁ ହତ୍ୟା ଧମକ

ମୁମ୍ବାଇ :ପ୍ରସିଦ୍ଧ ପ୍ରବଚକ ଠାକୁର ଦେବକୀନନ୍ଦନ ମହାରାଜଜୀ ଙ୍କୁ ହତ୍ୟା ଧମକ I ସାଉଦି ଆରବରୁ ଆସିଛି ଏହି ହତ୍ୟା ଧମକ I ଦେବକୀନନ୍ଦନ ମହାରାଜ ଏବେ ଖାରଘର ମୁମ୍ବାଇରେ ଶ୍ରୀମଦଭାଗବତ କଥା ପ୍ରବଚନ ଦେଉଛନ୍ତି। ଏହି ସମୟରେ ତାଙ୍କୁ ସାଉଦି ଆରବରୁ କେହି ଜଣେ ଅଜ୍ଞାତ ବ୍ୟକ୍ତି ଫୋନ କରି ବମରେ ଉଡାଇ ଦେବାକୁ ଧମକ ଦେଇଥିଲେ I ଏ ସଂକ୍ରାନ୍ତରେ ଦେଵକୀନନ୍ଦନ ସ୍ଥାନୀୟ ପୋଲିସ ଷ୍ଟେସନ ରେ ଅଭିଯୋଗ କରିଛନ୍ତି I ବୃନ୍ଦାବନର ଠାକୁର ଶ୍ରୀ ପ୍ରୀୟାକାନ୍ତଜୀ ମନ୍ଦିରର ପ୍ରତିଷ୍ଠାତା ଦେବକୀନନ୍ଦନ ମହାରାଜ I

ପ୍ରାୟ ଦେଢ଼ ମିନିଟ ଧରି ଚାଲିଥିବା ଏହି ଧମକପୂର୍ଣ କଲ କୁ ଦେଵକୀନନ୍ଦନ ଙ୍କ ସହଯୋଗୀ ରେକର୍ଡ କରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ , ଗୃହମନ୍ତ୍ରଣାଳୟ , ମହାରାଷ୍ଟ୍ର ସମେତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଶେୟାର କରିଛନ୍ତି ।ଏଭଳି ସମୟରେ ତାଙ୍କୁ ହତ୍ୟା ଧମକ ମିଳିଥିବାରୁ ମହାରାଷ୍ଟ୍ର ପୁଲିସ ନନ୍ କଗ୍ନିଜେବଲ କେସ୍ ଦାଏର କରିବା ସହ ପ୍ରବଚନ ପେଣ୍ଡାଲରେ କଡା ସୁରକ୍ଷା ବ୍ୟବସ୍ଥା କରିବାକୁ କରିଛି I

Comments are closed.