ସମୀର ୱାନଖେଡେଙ୍କୁ ସୋସିଆଲ ମିଡିଆରେ ହତ୍ୟା ଧମକ

ମୁମ୍ବାଇ:ଏନସିବିର ପୂର୍ବତନ ଅଧିକାରୀ ସମୀର ୱାଙ୍ଖଡେଙ୍କୁ ମିଳିଛି ହତ୍ୟା ଧମକ I ସନ୍ଦିଗ୍ଧ ଜଣକ ସୋସିଆଲ ମିଡିଆରେ ଧମକ ଦେଇ ଲେଖିଛନ୍ତି ‘ଏହାର ହିସାବ ତୁମକୁ ଦେବାକୁ ପଡିବ….ଆମେ ତୁମକୁ ଜୀବନରୁ ମାରିଦେବୁ ‘I ଏନେଇ ସମୀର ମୁମ୍ବାଇ ପୋଲିସର ଦ୍ୱାରସ୍ଥ ହୋଇଥିବାବେଳେ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି ।

ସୂଚନା ମୁତାବକ, ମୁମ୍ବାଇ କ୍ରୁଜରେ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ୟନକୁ ଗିରଫ କରିବା ପରେ ସମୀର ୱାଙ୍ଖଡେ ଗୋଟେ ପରେ ଗୋଟେ ସମସ୍ୟାରେ ଘେରିହେଉଛନ୍ତି । ନିକଟରେ ଜାତି ପ୍ରମାଣପତ୍ର ମାମଲାରେ ତାଙ୍କୁ କ୍ଲିନଚିଟ୍ ମିଳିବା ପରେ ଏବେ ତାଙ୍କ ଆଗରେ ଆଉ ଏକ ବଡ ସମସ୍ୟା । ଅନ୍ୟପଟେ ସେ ଏନସିପି ନେତା ତଥା ପୂର୍ବତନ ମନ୍ତ୍ରୀ ନବାବ ମଲିକଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ଏଫ୍ଆଇଆର୍ ପଞ୍ଜିକରଣ କରିବା ପରେ ତାଙ୍କୁ କ୍ରମାଗତ ଭାବରେ ହତ୍ୟା ଧମକ ଦିଆଯାଉଥିଲା । ଅଗଷ୍ଟ ୧୪ ରେ, ଆମନ୍ ନାମକ ଏକ ଟ୍ୱିଟର ହ୍ୟାଣ୍ଡେଲରୁ ସମୀର ୱାନଖେଡେଙ୍କୁ ଏକ ଧମକପୂର୍ଣ୍ଣ ବାର୍ତ୍ତା ଆସିଥିଲା ​​I ଯେଉଁଥିରେ ତାଙ୍କୁ ହତ୍ୟା ଧମକ ଦିଆଯାଇଥିଲା । ସୋସିଆଲ ମିଡିଆରେ ମିଳିଥିବା ଧମକ ପରେ ସମୀର ଓ୍ଵାନଖେଡେ ମୁମ୍ବାଇର ଗୋରେଗାଁଓ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏହି ମାମଲାରେ ଓ୍ଵାନଖେଡେଙ୍କ ବୟାନ ରେକର୍ଡ କରିବା ସହିତ ମାମଲାର ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରି ଦେଇଛି।

Comments are closed.