ଅଭିନେତ୍ରୀ ଦୀପିକା ପାଦୁକୋନ୍ ଏବେ ଶାହରୁଖ ଖାନଙ୍କ ଫିଲ୍ମ ପଠାନ କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଗତ କିଛିଦିନ ତଳେ ଫିଲ୍ମରେ ଦୀପିକା ପାଦୁକୋନ୍ଙ୍କ ଫାଷ୍ଟ ଲୁକ୍ର ମୋସନ ପୋଷ୍ଟର ରିଲିଜ୍ ହୋଇଛି ଯେଉଁଥିରେ ଦୀପିକା ହାତରେ ବନ୍ଧୁକ ଧରିଥିବାର ନଜର ଆସୁଛନ୍ତି । ଏଥିରେ ତାଙ୍କ ଡେୟାରିଂ ଲୁକ୍ ଦର୍ଶକଙ୍କୁ ପସନ୍ଦ ଆସିଛି ।
ଏହାରି ମଧ୍ୟରେ ଖବର ଆସୁଥିଲା ଯେ, ଦୀପିକା ପାଦୁକୋନ୍ କରଣ ଜୋହରଙ୍କ ଚାଟ୍ ଶୋ କଫି ଉଇଥ୍ କରଣରେ ନଜର ଆସିବେ । କିନ୍ତୁ ଏବେ ଏହା ଉପରେ ନୂଆ ଅପଡେଟ୍ ସାମ୍ନାକୁ ଆସିଛି ଯାହା ଦର୍ଶକଙ୍କୁ ବେଶ୍ ନିରାଶ କରିଛି । କରଣ ଜୋହରଙ୍କ ପକ୍ଷରୁ ଦୀପିକାଙ୍କୁ ପର୍ସନାଲ ଇନଭିଟେସନ ପଠାଯିବା ପରେ ମଧ୍ୟ ସେ ଏହି ଶୋରେ ଭାଗ ନେବେ ନାହିଁ ବୋଲି କହିଛନ୍ତି ।
ଏଠାରେ ସୂଚାଇ ଦିଆଯାଇପାରେ ଯେ, କଫି ଉଇଥ୍ କରଣ ଲୋକଙ୍କୁୁ ବେଶ୍ ପସନ୍ଦ ଆସିଛି । ଏହି ଶୋର ଏ ପର୍ଯ୍ୟନ୍ତ ୩ ଗୋଟି ଅଧ୍ୟାୟ ପ୍ରଦର୍ଶିତ ହୋଇ ସାରିଲାଣି । ଶୋର ପ୍ରଥମ ଅଧ୍ୟାୟରେ ଆଲିଆ ଭଟ୍ଟ ଓ ରଣବୀର କପୁର ସାମିଲ ହୋଇ ଦର୍ଶକଙ୍କ ହୃଦୟ କିଣି ନେଇଥିଲେ । ଏହାପରେ ସାରା ଅଲ୍ଲୀ ଖାନ୍ ଓ ଜାହ୍ନବୀ କପୁର ଶୋକୁ ଆସି ଏହାର ଶୋଭା ବଢାଇଥିଲେ । ତୃତୀୟ ଅଧ୍ୟାୟରେ ଅକ୍ଷୟ କୁମାର ଓ ସାମନ୍ଥା ରୁଥ ପ୍ରଭୁଙ୍କୁ ଦେଖିବାକୁ ମିଳିଥିଲା ।
ଏହି ସମସ୍ତ ଷ୍ଟାର ପର୍ସନାଲ୍ ଓ ପ୍ରଫେସନାଲ୍ ଲାଇଫ୍ ବିଷୟରେ ବିଭିନ୍ନ ତଥ୍ୟ ସେୟାର କରି ଦର୍ଶକଙ୍କ ହୃଦୟ ଜିଣିଥିଲେ । ଏହି କ୍ରମରେ ଶୋରେ ଦୀପିକାଙ୍କ ଅଂଶଗ୍ରହଣକୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ବଢିଯାଇଥିବା ବେଳେ ଦୀପିକା କିନ୍ତୁ ନିରାଶ କରିଛନ୍ତି ।
Comments are closed.