ନୂଆଦିଲ୍ଲୀ: ହିନ୍ଦୁ ଦେବାଦେବୀଙ୍କୁ ନେଇ ବିବାଦୀୟ ବୟାନ ଦେଇଥିବା ଦିଲ୍ଲୀ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ ଆଜି ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ରାଜେନ୍ଦ୍ର ପାଲ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ପଠାଇଛନ୍ତି । ସେ ଟୁଇଟ୍ କରି କହିଛନ୍ତି, ଆଜି ମୁଁ ଅନେକ ବନ୍ଧନରୁ ମୁକ୍ତ ହୋଇଛି ଏବଂ ଆଜି ମୋର ପୁନର୍ଜନ୍ମ ହୋଇଛି । ବର୍ତ୍ତମାନ ମୁଁ ସମାଜରେ ହେଉଥିବା ଅତ୍ୟାଚାର ଏବଂ ଅଧିକାର ପାଇଁ ସଂଗ୍ରାମ ବିନା ବନ୍ଧନରେ ଜାରି ରଖିବି ।
ସୂଚନା ଥାଉ କି ଦିଲ୍ଲୀର ଆମ୍ ଆଦମୀ ପାର୍ଟି (ଆପ) ସରକାରଙ୍କ ସାମାଜିକ କଲ୍ୟାଣ ମନ୍ତ୍ରୀ ରାଜେନ୍ଦ୍ର ପାଲ ନିକଟରେ ସାମୂହିକ ଧର୍ମ ପରିବର୍ତ୍ତନ କାର୍ଯ୍ୟକ୍ରମରେ ହିନ୍ଦୁ ଦେବତାଙ୍କୁ ପୁଜା ନକରିବାପାଇଁ ପ୍ରତିଜ୍ଞା କରିଥିଲେ । ଏହା ସହ ଏହି କାର୍ଯ୍ୟକ୍ରମରୁ ଏକ ଭିଡିଓ ଭାଇରାଲ୍ ହୋଇଥିଲା । ଭିଡିଓରେ ଆପ୍ ମନ୍ତ୍ରୀ ଶପଥ ନେଇ କହିଥିଲେ ଯେ, ‘ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କ ଉପରେ କୌଣସି ବିଶ୍ୱାସ ନାହିଁ କି ସେମାନଙ୍କୁ ମୁଁ ପୂଜା କରିବି ନାହିଁ ଭଗବାନଙ୍କ ଅବତାର ବୋଲି ବିଶ୍ୱାସ କରାଯାଉଥିବା ଶ୍ରୀରାମ ଏବଂ ଶ୍ରୀକୃଷ୍ଣଙ୍କ ଉପରେ ମୋର କୌଣସି ବିଶ୍ୱାସ ନାହିଁ କି ସେମାନଙ୍କୁ ମୁଁ ପୂଜା କରିବି ନାହିଁ । ଆଉ ଏହା ପରେ ବିଜେପି ଆପ ସରକାରକୁ ଟାର୍ଗେଟ କରିଥିଲା ରାଜେନ୍ଦ୍ର ପାଲ ତାଙ୍କ ଇସ୍ତଫା ପତ୍ର ସହିତ ଏକ ଚିଠି ଲେଖିଛନ୍ତି ।
ସେ କହିଛନ୍ତି ଯେ ଏହି ଘଟଣା ପରେ ମନୁବାଦି ମାନସିକତାର ଲୋକମାନେ ମୋତେ ଏବଂ ମୋ ପରିବାରକୁ ଧମକ ଦେଉଛନ୍ତି । ମୁଁ ଦଳର ପ୍ରକୃତ ସୈନିକ । ମୁଁ ମୋ ସମାଜର ଅଧିକାର ପାଇଁ ସଂଗ୍ରାମ ଜାରି ରଖିବି । ମୋ ଯୌଗୁଁ ଦଳର କୌଣସି କ୍ଷତି ହେଉ, ମୁଁ ଚାହୁଁ ନାହିଁ । ସେ ଚିଠିରେ ଲେଖିଛନ୍ତି, ଅରବିନ୍ଦ କେଜ୍ରିୱାଲ ଜୀ ମୋତେ ବହୁତ ସମ୍ମାନ ଏବଂ ସହଯୋଗ ଦେଇଛନ୍ତି, ଯେଉଁଥିପାଇଁ ମୁଁ ତାଙ୍କ ନିକଟରେ ସର୍ବଦା କୃତଜ୍ଞ କରିବି । ଭାରତକୁ ମଜବୁତ କରିବା ପାଇଁ ଶିକ୍ଷା, ସ୍ୱ୍ୱାସ୍ଥ୍ୟ, ବିଦ୍ୟୁିତ, ଜଳ, ରୋଜଗାର, ମହିଳା ଏବଂ ଶିଶୁ ସୁରକ୍ଷା ତଥା ସାମାଜିକ କଲ୍ୟାଣ ପାଇଁ ଦଳ ଗ୍ରହଣ କରିଥିବା ପଦକ୍ଷେପକୁ ମୁଁ ଆନ୍ତରିକତାର ସହ ପ୍ରଶଂସା କରୁଛି ।
ସୂଚନା ଥାଉ କି ଯେ ଅକେଫାବର ୫ ତାରିଖରେ ଦିଲ୍ଲୀର ଆମ୍ବେଦକର ଭବନରେ ୧୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା । ବୌଦ୍ଧଧର୍ମ ଗ୍ରହଣ ପାଇଁ ଏହି କାର୍ଯ୍ୟକ୍ରମରେ ୧୦ ହଜାରରୁ ଅଧିକ ଲୋକ ସାମିଲ ହୋଇଥିଲେ । ଆଉ ଆପ୍ ମନ୍ତ୍ରୀ ଏବଂ ଅନ୍ୟମାନେ ସାମୂହିକ ଧର୍ମ ପରିବର୍ତ୍ତନ କାର୍ଯ୍ୟକ୍ରମରେ ହିନ୍ଦୁ ଦେବତାଙ୍କୁ ପୁଜା ନକରିବାପାଇଁ ପ୍ରତିଜ୍ଞା କରିଥିଲେ ।
Comments are closed.