ଏକେ-୪୭ ରାଇଫଲ ଓ ଗ୍ରେନେଡ ସହ ପାକିସ୍ତାନ ଆତଙ୍କବାଦୀ ଗିରଫ: ନବରାତ୍ରୀରେ କରିଥାନ୍ତେ ବିସ୍ପୋରଣ

ଦିଲ୍ଲୀ: ଅକ୍‌ଟୋବର ୧୨: ଆଜି ଦିଲ୍ଲୀରୁ ପୋଲିସ ଦୁଇ ପାକିସ୍ତାନ ଆତଙ୍କବାଦୀକୁ ଗିରଫ କରିଛି । ସେମାନଙ୍କ ପାଖରୁ ଏକେ-୪୭ ରାଇଫଲ, ଗ୍ରିନେଡ୍‌, ୨ଟି ଅତ୍ୟାଧୁନିକ ପିସ୍ତଲ ସହ ୧୨୦ ରାଉଣ୍ଡ ଗୁଳି ଜବତ ହୋଇଛି । ଗିରଫ ଦୁଇ ଆତଙ୍କବାଦୀ ନବରାତ୍ରୀରେ ବିସ୍ପୋରଣ କରିବାକୁ ଯୋଜନା କରୁଥିଲେ ବୋଲି ପୋଲିସ ସୂଚନା ଦେଇଛି । ଏହାସହ ରାଜଧାନୀବାସୀ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଛନ୍ତି ।

ଦିଲ୍ଲୀ ପୋଲିସ ସୂଚନା ଅନୁସାରେ, ଲକ୍ଷ୍ମୀ ନଗରରେ ଥିବା ରମେଶ ପାର୍କ ଇଲାକାରୁ ପୋଲିସ ମହମ୍‌ମଦ ଅସ୍‌ରିଫ ଅଲ୍ଲୀକୁ ଗିରଫ କରିଛି । ସେ ଜାଲ ଭାରତୀୟ ପରିଚୟ ପତ୍ର ଆଧାରରେ ଦିଲ୍ଲୀ ଶାସ୍ତ୍ରୀ ନଗରରେ ରହିଆସୁଥିଲା । ସେଠାରେ ରହି ଦିଲ୍ଲୀର ବିଭିନ୍ନ ସ୍ଥାନ ଓ ବିଷୟରେ ତଥ୍ୟ ସଂଗ୍ରହ କରିବା ସହ ଆକ୍ରମଣର ଯୋଜନା କରୁଥିଲା । ସେ ପାକିସ୍ତାନ ଆଇଏସ୍‌ଆଇ ଦ୍ୱାରା ପ୍ରଶିକ୍ଷଣ ନେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଏହା ପୂର୍ବରୁ ମଧ୍ୟ ଦିଲ୍ଲୀ ପୋଲିସ ଅନ୍ୟ ଜଣେ ସିନ୍ଦିU ଯୁବକକୁ ଦିଲ୍ଲୀରୁ ଗିରଫ କରିଛି । ଗିରଫ ଯୁବକ ଜଣକ ଦିଲ୍ଲୀର ଏକ ମହାବିଦ୍ୟାଳୟରେ ନାମ ଲେଖାଇ ଛାତ୍ର ଭାବେ ରହୁଥିଲା । କିନ୍ତୁ ସେ କୌଣସି ଶ୍ରେଣୀରେ ଯୋଗ ଦେଇ ନଥିଲା । ତା ପାଖରୁ ଅନେକ ମାରଣାସ୍ତ୍ର ଥିବା ପୋଲିସ ସନ୍ଦେହ କରୁଛି ।

Comments are closed.