ଭୁବନେଶ୍ୱର : ‘ସୁଭଦ୍ରା’ର ୪ର୍ଥ ପର୍ଯ୍ୟାୟ କିସ୍ତି ଟଙ୍କା ନେଇ ସୋମବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀ କହିଛନ୍ତି,ବର୍ତ୍ତମାନ ପାଇଁ ୪ର୍ଥ ପର୍ଯ୍ୟାୟ କିସ୍ତି ପ୍ରଦାନକୁ ସ୍ଥଗିତ ରଖାଯାଇଛି । ଯାଞ୍ଚ ପ୍ରକ୍ରିୟା ଚାଲିଥିବାରୁ ୪ର୍ଥ ପର୍ଯ୍ୟାୟ ସ୍ଥଗିତ ରଖାଯାଇଛି । ସବୁ ପ୍ରକାର ଯାଞ୍ଚ ସରିଲେ, ୪ର୍ଥ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ । ୩୦ ତାରିଖ ସୁଦ୍ଧା ସବୁ ପ୍ରକାର ଯାଞ୍ଚ ସରିବା ନେଇ ଆଶା କରାଯାଉଛି । E kyc ଏବଂ ବାଇଓମେଟ୍ରିକ ଜରିଆରେ ତୁରନ୍ତ ସୁଭଦ୍ରା ଯାଞ୍ଚ ପ୍ରକ୍ରିୟା ଶେଷ କରନ୍ତୁ । ଏ ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସୂଚନା ଦେଇଛନ୍ତି ।
ଏବେ ଗାଁ ଗୁଡିକରେ ଯାଞ୍ଚ ଚାଲିଛି । ଯାଞ୍ଚ ସରିଲେ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଯୋଜନା ଟଙ୍କା ମିଳିବ । ଵାୟ ମେଟ୍ରିକରେE kyc କରିବାକୁ ପରାମର୍ଶ ଦେଲେ ୩୦ ତାରିଖ ସୁଦ୍ଧା ସବୁ ପ୍ରକାର ଯାଞ୍ଚ ସରିବା ନେଇ ସମ୍ଭାବନା ରହିଛି ବ୍ଲକ ଅଫିସ,ଅଙ୍ଗନୱାଡି ସରପଞ୍ଚଙ୍କୁ ଅଭିଯୋଗ ସମ୍ପର୍କରେ ଅବଗତ କରନ୍ତୁ । ଟଙ୍କା ପାଇନଥିଲେ ପୋର୍ଟାଲ ରେ ଅଭିଯୋଗ କରନ୍ତୁ ।
ସୂଚନା ଅନୁସାରେ ଯେଉଁମାନେ ଯୋଗ୍ୟ କିନ୍ତୁ ଏଯାଏଁ ପାଇ ନାହାନ୍ତି ସୁଭଦ୍ରା ଯୋଜନା ସେମାନଙ୍କ ଦ୍ୱନ୍ଦ ଦୂର କରିଥିଲେ ଉପ-ମୁଖ୍ୟମନ୍ତ୍ରୀ । ଆବେଦନରେ ତ୍ରୁଟି ଥିଲେ ଯିବ ଫୋନ କଲ । ଯେଉଁମାନଙ୍କର କିଛି କମି ରହିଛି ସେମାନଙ୍କୁ ଫୋନ ଯିବ । ବ୍ଲକ ସ୍ତରରେ ଯାଞ୍ଚ ହେବ ସୁଭଦ୍ରା ଫର୍ମ । ଅଙ୍ଗନୱାଡି କର୍ମୀମାନେ ପୁଣି ଘରକୁ ଘର ଯିବେ । ସମସ୍ତଙ୍କୁ ସୁଭଦ୍ରା ଟଙ୍କା ଦିଆଯିବ । ସୁଭଦ୍ରା ଶେଷ ହିତାଧିକାରୀ ନପାଇବା ଯାଏଁ ଦିଆଯିବ ଟଙ୍କା ।
ଆଜି ଯାଏଁ କୋଟିଏ ୬୦ ହଜାର ଆବେଦନ ହେଲାଣି । ମଣ୍ଡିରେ ୫ ଏକର ଜମି ଥିବା ଦର୍ଶାଇଥିଲେ ରିଜେଷ୍ଟ ଲିଷ୍ଟରେ ନାଁ ଆସିବ । ନିଜ ଆଡୁ ଓହରିଥିବା ୩୧ ହଜାର ଆବେଦନକାରୀଙ୍କୁ ପୁଣି ସୁଯୋଗ ମିଳିବ । ଭୁଲବଶତଃ ଓହରି ଯାଇଥିଲେ ଫିଲ୍ଡ ଭେରିଫିକେସନ ବେଳେ ଜଣାନ୍ତୁ । ବଜେଟର କମି ନାହିଁ । ଶେଷ ହିତାଧିକାରୀ ଚୟନ ଯାଏଁ ବାଛିବା ଚାଲିବ ଓ ଦେବା ବି ଚାଲିବ ବୋଲି କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ।
Comments are closed.