କ୍ରିତି ସନନ୍ ବର୍ତ୍ତମାନ ବି ଟାଉନ୍ର ସବୁଠାରୁ ଚର୍ଚ୍ଚିତ ନାୟିକା ପାଲଟିଛନ୍ତି । ବ୍ୟାକ୍ ଟୁ ବ୍ୟାକ୍ ଦୁଇଟି ଫିଲ୍ମ ଯଥା ‘ତେରି ବାତୋଁ ମେ ଏସା ଉଲଝା ଜିଆ’, ‘କ୍ରୁ’ରେ ନିଜର ନିଖୁଣ ଅଭିନୟ ପାଇଁ ସେ ବର୍ତ୍ତମାନ ସମୀକ୍ଷକଙ୍କ ନଜରରେ ରହିଛନ୍ତି । ଏହି ଦୁଇଟି ଫିଲ୍ମ ଦର୍ଶକଙ୍କୁ ମଧ୍ୟ ଖୁବ ପସନ୍ଦ ଆସିଛି । ତେବେ ନିକଟରେ ଏକ ସାକ୍ଷାତକାରରେ କ୍ରିତି ନିଜ ଫୁ୍ୟଚର ପ୍ଲାନ ବିଷୟରେ କଥା ହୋଇଛନ୍ତି । ଆଗକୁ ସେ ଆକସନ୍ ଫିଲ୍ମରେ ଅଭିନୟ କରିବାକୁ ପ୍ଲାନ କରିଥିବା ପ୍ରକାଶ କରିଛନ୍ତି । ତାଙ୍କର ଏଥିପାଇଁ ଖୁବ ଆଗ୍ରହ ରହିଛି । ଯଦି ଏଭଳି କିଛି ପ୍ରୋଜେକଫ କରିବାକୁ ସୁଯୋଗ ମିଳେ ତେବେ ସେ କରିବାକୁ ଇଚ୍ଛୁକ ଥିବା କଥା ପ୍ରକାଶ କରିଛନ୍ତି । ସେହିଭଳି ୱାଣ୍ଡର ୱିମେନ୍ ଚରିତ୍ର ଭଳି କିଛି କ୍ୟାରେକଫର କରିବାକୁ କ୍ରିତିଙ୍କର ଇଚ୍ଛା ଥିବା ସେ ପ୍ରକାଶ କରିଛନ୍ତି । କ୍ରିତିଙ୍କର ଏହି ଷ୍ଟେଟମେଣ୍ଟ ପରେ ତାଙ୍କ ଫ୍ୟାନମାନେ ତାଙ୍କୁ ଏଭଳି ଆଡଭେଞ୍ଚରିଅସ କ୍ୟାରେକଫରରେ ଦେଖିବାକୁ ଉତ୍ସୁକଥିବା କମେଣ୍ଟ ମାଧ୍ୟମରେ ଜଣାଇଛନ୍ତି ।
Comments are closed.